|
logo
Live
Argus News App
GET APP

Argus News -  କୁହୁଡି ଚାଦରରେ ଢାଙ୍କିହେଲା ରାଜଧାନୀ, ଆହୁରି ୩ ଦିନ ଘନ କୁହୁଡି  

Odisha

 କୁହୁଡି ଚାଦରରେ ଢାଙ୍କିହେଲା ରାଜଧାନୀ, ଆହୁରି ୩ ଦିନ ଘନ କୁହୁଡି  

Manini Pattanayak
Browse all articles by Manini Pattanayak
·2 years ago·1 min read
 କୁହୁଡି ଚାଦରରେ ଢାଙ୍କିହେଲା ରାଜଧାନୀ, ଆହୁରି ୩ ଦିନ ଘନ କୁହୁଡି  

ଭୁବନେଶ୍ୱର:  ଘନ କୁହୁଡି଼ ଆସ୍ତରଣ ତଳେ ଭୁବନେଶ୍ବର । ଆଜି ସକାଳୁ ପୁରା ରାଜଧାନୀରେ ଘନ କୁହୁଡି଼ ଅନୁଭୂତ ହୋଇଥିଲା । ଚାରିଆଡେ଼ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା । ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଗୁରୁବାର ଓ ଶୁକ୍ରବାର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ହେବ । ମାର୍ଚ୍ଚ ୪ ବେଳକୁ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ହେବାକୁ ଥିବା ବେଳେ ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ  । ଦିନରେ ତାପମାତ୍ରା ପୁଣିଥରେ ଉପର ମୁହାଁ ହୋଇଛି।  ମାର୍ଚ୍ଚ ୩ରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି ।  ଉପକୂଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସକାଳେ କୁହୁଡ଼ି ଲାଗିରହିବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 କୁହୁଡି ଚାଦରରେ ଢାଙ୍କିହେଲା ରାଜଧାନୀ, ଆହୁରି ୩ ଦିନ ଘନ କୁହୁଡି   | Argus News