Videos
|
Odisha

ସଭାକୁ ଡାକିଲେ ଜାତିଆଣ ଆକ୍ଷେପ କରି ତଡ଼ିଦେଲେ

Ritu Das
Browse all articles by Ritu Das
·2 years ago·2 min read
ସଭାକୁ ଡାକିଲେ ଜାତିଆଣ ଆକ୍ଷେପ କରି ତଡ଼ିଦେଲେ

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବିଜେଡି ସକରାରଙ୍କୁ ଦୋମୁହାଁ ନୀତି। ଭୋଟ ହାତେଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଖାଇବାକୁ ଡାକୁଛନ୍ତି କିନ୍ତୁ ତଡ଼ି ଦେଉଛନ୍ତି। ଇଏ କେଉଁଭଳି ରାଜନୀତି। ଛାମୁଙ୍କ ନେତାମାନେ ବୋଧେ ଘରୁ ଠିକ ଭାବେ ହୋମଓ୍ବାର୍କ କରିକି ଆସିନାହାନ୍ତି। ଆମକୁ କାହିଁକି ଡାକୁଛ ଆଉ ତଡ଼ି ଦେଉଛ। ଆମେ ଦଳିତ ଜାତି ଆମକୁ ଘୃଣା କାହିଁକି କରିବ। ସରକାରଙ୍କ ଏଭଳି ବ୍ୟବସ୍ଥାକୁ ଆମେ ଘୃଣା କରୁଛୁ। ଆମେ ସ୍ବର ଉଠାଇଲୁ ବୋଲି ଆମକୁ ଦେଖିଦେବେ ବୋଲି ସରକାରୀ ବାବୁ କହୁଛନ୍ତି। 

ରାଜ୍ୟ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଲୋକଙ୍କୁ ଡାକିଲେ ଜାତିଆଣ ଆକ୍ଷେପ କରି ଖାଇବାକୁ ଦେଲେନି । ତମେ ଦଳିତ ଲୋକ ଅଲଗା ଖାଇବାକୁ କହିଲେ ଖୋଦ ପିଇଓ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କପାଶିରା ଗ୍ରାମ ପଞ୍ଚାୟତରେ ଚାଲିଥିବା ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ। ଗତ କାଲି ଏହି କାର୍ଯ୍ୟକ୍ରମ ସରିବା ପରେ ଖାଇବା ସମୟରେ ଦାହୁକବୁଡ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଗଣ୍ଡା ଲୋକ ସେପଟେ ଖାଇବ ବୋଲି ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଥିବା ଅଭିଯୋଗ କରିଛନ୍ତି ମହିଳାମାନେ । 

ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟରେ ଦଳୀୟ ପ୍ରଚାର କରୁଛି ବିଜେଡି ସରକାର । ତାସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଡାକି ହଇରାଣ କରୁଥିବା ଅଭିଯୋଗ ହୋଇଛି। ତେବେ ଏଭଳି ଜାତିଆଣ ଆକ୍ଷେପକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। ଏନେଇ ଡୁଙ୍ଗୁରିପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଅନ୍ୟପଟେ ଘଟଣାକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ନିର୍ବାହୀ ଅଧିକାରୀ। 

ରାଜ୍ୟ ସରକାରଙ୍କ ଅଜବ ନିୟମ ଲୋକଙ୍କୁ ଡାକୁଛନ୍ତି ଆଉ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ହେବ ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡ଼ିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

The casteist who called | Argus News