ଦୁରୁଆ ସମାଜକୁ ଆଦିବାସୀ ମାନ୍ୟତା ଦେଲେ କେନ୍ଦ୍ର ସରକାର

ଅର୍ଗସ ବ୍ୟୁରୋ: ନାଚ ଗୀତରେ ମସଗୁଲ ଦୁରୁଆ। ପାରମ୍ପରିକ ବସ୍ତ୍ର ପରିଧାନ କରିବା ସହ ହାତରେ ଅସ୍ତ୍ରଶସ୍ତ୍ର ଧରି ନାଚଗୀତରେ ମସଗୁଲ । ଏହା କୌଣସି ଆଦିବାସୀଙ୍କ ପର୍ବପର୍ବାଣୀର ଦୃଶ୍ୟ ନୁହେଁ। ଦୁରୁଆଙ୍କୁ ଆଦିବାସୀର ମାନ୍ୟତା ମିଳିବା ପରେ ଖୁସିରେ ଏମାନେ ନୃତ୍ୟ ପରିବେଷଣ କରୁଛନ୍ତି। କୋରାପୁଟ ଜିଲ୍ଲା ବିଶେଷ କରି ବୈପାରିଗୁଡ଼ା ଅଂଚଳର ଦୁରୁଆ ସମାଜରେ ଖୁସୀର ମାହୋଲ ଦେଖା ଦେଇଛି।
1950 ମସିହା ପରଠାରୁ ଦୂରୁଆମାନଙ୍କୁ ଆଦିବାସୀ ମାନ୍ୟତା ମିଳିଥିଲା ଏବଂ ସରକାରି ଦସ୍ତାବିଜରେ ମଧ୍ୟ (ST)ର ମାନ୍ୟତା ରହିଥିଲା କିନ୍ତୁ 2010 ପରଠାରୁ କିଛି କାରଣ ବଶତଃ ଜିଲ୍ଲା ପ୍ରଶାସନ ତରଫରୁ ଆଦିବାସୀ ଅନ୍ତର୍ଭୁକ୍ତି ମିଳି ପାରୁ ନ ଥିଲା ଏବଂ ଆଦିବାସୀ ପ୍ରମାଣ ପତ୍ର ମଧ୍ୟ ମିଳୁ ନ ଥିଲା,କୋରାପୁଟ ଜିଲ୍ଲା ଦୂରୁଆଙ୍କୁ ଛାଡି ସମସ୍ତ ଦୂରୁଆ ମାନଂକୁ ଆଦିବାସୀର ଅନ୍ତର୍ଭୁକ୍ତି ମିଳିଥିଲା ଯାହା ଫଳରେ ବିଭିନ୍ନ ସମସ୍ୟା ଭଗୁଥିଲେ କୋରାପୁଟ ଜିଲ୍ଲାର ଦୂରୁଆ ସମାଜର ଲୋକେ । ତେବେ କେନ୍ଦ୍ର ସରକାର ଦୁରୁଆଙ୍କ ଦାବି ଶୁଣି ଆଦିବାସୀ ମାନ୍ୟତା ଦେବା ପରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ସମାଜର ଲୋକେ। ଦୀର୍ଘ ଦିନର ଦାବି ପରେ ଦୁରୁଆ ସମ୍ପ୍ରଦାୟକୁ ମିଳିଛି ଆଦିବାସୀ ମାନ୍ୟତା । ସେଥିପାଇଁ ଖୁସିରେ ମସଗୁଲ ଦୁରୁଆ।
ଅଧିକ ପଢ଼ନ୍ତୁ ଓଡିଶା ଖବର: