|
logo
Live

Argus News - ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ବ୍ରହ୍ମପୁର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ପରିବହନ ମନ୍ତ୍ରୀ ବିଭୁତି ଜେନା ଓ କମିଶନର ଅମିତାଭ ଠାକୁର । ଏହାସହ ଡାକ୍ତରଖାନାରେ ବି ଆହତଙ୍କୁ ଭେଟିଛନ୍ତି ମନ୍ତ୍ରୀ । ଆଜି ଭୋରରୁ ବସ୍ ସହ ତେଲ ଟ୍ୟାଙ୍କର ଧକ୍କା ହେବାରୁ ରାସ୍ତା କଡ଼ ଚା ଦୋକାନକୁ ମାଡ଼ି ଗଲା ଦୁଇ ଦୁର୍ଘଟଣା ଗ୍ରସ୍ତ ଗାଡ଼ି । ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଯାତ୍ରୀବାହି ବସ୍‌ଟି ଆସିକାରୁ ବ୍ରହ୍ମପୁରକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା । ତେବେ ସମରଝୋଳ ଛକରେ ତେଲ ଟ୍ୟାଙ୍କରଟି ଟ୍ରକକୁ ଓଭର ଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଳରେ ରାସ୍ତାକଡ ଚା ଦୋକାନ ଆଡ଼କୁ ମାଡି ଯାଇଥିଲା। ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ସମରଝୋଳର ପଞ୍ଚୁ ଗୌଡ଼ ଓ ଅରକ୍ଷିତ ଗୌଡ଼ । ବ୍ରହ୍ମପୁର ଏମକେସିଜିରେ 13 ଜଣ ଆହତଙ୍କ ଚିକିତ୍ସା ଚାଲିଛି । ସେପଟେ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ 2 ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ 1 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ | Argus News