Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘଟଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ , ଭବ୍ୟ ସ୍ବାଗତ କଲେ କେନ୍ଦୁଝରବାସୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଘଟଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ , ଭବ୍ୟ ସ୍ବାଗତ କଲେ କେନ୍ଦୁଝରବାସୀ

କେଉଁଝର : ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବତନ୍ତ୍ର ହେଲିକ୍ୟାପ୍ଟରରୁ ଭୁବନେଶ୍ବରରୁ ଯାଇଁ ଘଟଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଉଭୟ ପାର୍ଶ୍ବରେ ଶହ ଶହ ମହିଳା । ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏଥିପାଇଁ କେନ୍ଦୁଝର ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳାରେ ଖେଳିଯାଇଛି ଆନନ୍ଦ। ମୁଖ୍ୟମନ୍ତ୍ରୀଙ୍କୁ ଜୋରସୋରରେ ସ୍ବାଗତ, ସମ୍ବର୍ଦ୍ଧନା ଜଣାଇଛନ୍ତି କେନ୍ଦୁଝରବାସୀ। ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ କରିବେ ଅଞ୍ଚଳବାସୀ। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ମନପସନ୍ଦର ଖାଦ୍ୟ ମଧ୍ୟ ପରସିବେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ। ପିପୁଲ ସିଏମ ମୋହନ ମାଝୀ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଥମେ ଘଟଗାଁ ହାଇସ୍କୁଲର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଛନ୍ତି।

ଅଧିକ ପଢନ୍ତୁ : ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସେଠାରୁ ଏକ ରୋଡ଼ ସୋରେ ଯାଇ ପ୍ରଥମେ ମା ତାରିଣୀଙ୍କୁ ଦର୍ଶନ କରିଛନ୍ତି। ଏହାପରେ ମଧ୍ୟାହ୍ନ ୧୨ଟା ୪୦ମିନିଟରେ ହେଲିକ୍ୟାପଟର୍ ଯୋଗେ କେନ୍ଦୁଝର ସର୍କିଟ୍ ହାଉସରେ ପହଞ୍ଚିବେ। ଏଠାରେ ମଧ୍ୟାହ୍ନ ଭୋଜନ ପରେ ୩ଟା ୧୦ମିନିଟରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ରୋଡ୍ ସୋ କରି କେନ୍ଦୁଝର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏକ ସଭାରେ ଉଦବୋଧନ ଦେବେ। ୨୪ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି ରାଇକଳାରେ ହେଲିକ୍ୟାପଟର୍ ଯୋଗେ ପହଞ୍ଚି ଝୁମ୍ପୁରାରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the Chief Minister arrived at Ghatgaon, he was welcomed by the residents of Keonjhar | Argus News