ଭୁବନେଶ୍ବର ତ୍ରିରଙ୍ଗା ରାଲିରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ତ୍ରିରଙ୍ଗା ରାଲିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ବିଏମସି କମିଶନର, ମେୟର ମଧ୍ୟ ଉପସ୍ଥିତ ଅଛନ୍ତି | ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବିଶାଳ ପଦଯାତ୍ରା ଆୟୋଜନ ହୋଇଛି | ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ପହଁଚିବା ପରେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି | ଏହାପରେ ତ୍ରିରଙ୍ଗା ଯାତ୍ରାରେ ଯୋଗଦେବେ।
ଅଧିକ ପଢନ୍ତୁ : ରାଜ୍ୟସ୍ତରୀୟ ପରେଡ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହରସାଲ
ଏହି ଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ମୁକ୍ତେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯିବା ର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ୯ ରୁ ୧୫ ତାରିଖ ଯାଏଁ ରାଜ୍ୟରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଏହି କାର୍ଯ୍ୟକ୍ରମରେ ଯୋଡି ହେବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ | ନିଜ ଘରେ ତ୍ରିରଙ୍ଗା ଲଗେଇ ସୋସିଆଲ ମିଡ଼ିଆରେ ଫୋଟୋ ପୋଷ୍ଟ କରିବାକୁ ବି ଅନୁରୋଧ କରିଥିଲେ । ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପରୁ ଏ ଶୋଭାଯାତ୍ରା ବାହାରି ମୁକ୍ତେଶ୍ବର ମନ୍ଦିର ଯାଏ ଯିବ । ଏହାପୂର୍ବରୁ ବାବା ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।