Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାରକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାରକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । BNS ଜାଗୃତିକରଣ କାର୍ଯ୍ୟକ୍ରମରେ ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଏବଂ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କ । NCRB ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର 9.3 ପ୍ରତିଶତ, ଯାହା ଲଜ୍ୟା ଜନକ ସ୍ଥିତିରେ ଅଛି । 24 ବର୍ଷ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଯାହାଙ୍କ ପାଖରେ ଗୃହ ବିଭାଗ ଥିଲା । ସେ ଏହି କଥାକୁ ଜାଣି ପାରୁନଥିଲେ । କିନ୍ତୁ ସବୁଠି ମହିଳା ସଶକ୍ତିକରଣ କଥା କହୁଥିଲେ । ଏହାକୁ ତ୍ବରିତ ପ୍ରକ୍ରିୟାରେ ବୃଦ୍ଧି କରାଯିବ, ଆମ ସରକାର ଏହାକୁ ଗୁରୁତର ସହ ବିଚାରକୁ ନେଉଛନ୍ତି । ଲଜ୍ଜାଜନକ ପରିସ୍ଥିତି ପାଇଁ 2ଟି କାରଣ ରହିଛି । ଖାମଖିଆଲି ଢଙ୍ଗରେ ତଦନ୍ତ କରିବା, ଆଉ ଯଦି ପୁଣି ଚାପ ପଡ଼ିଲା ତାହେଲେ ମାମଲା ହେବ ନାହିଁ । ଦ୍ବିତୀୟଟି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The chief minister complained about the rate of punishment for crimes against women in the state | Argus News