Videos
|
Odisha

ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୫ ବର୍ଷ ଧରି ରାଜ୍ୟରେ 5-T ରୂପାନ୍ତରଣ ନାଁରେ ନାଟକ ଚାଲିଥିଲା । ଆଜି ବିଭିନ୍ନ ସ୍ଥାନକୁ ଗଲେ ରୂପାନ୍ତରଣର ରଙ୍ଗ ଦେଖାଯାଉଛି । ଏ ସବୁର ହିସାବ ନିକାସ ହେବ । କାହାକୁ ଛଡ଼ାଯିବ ନାହିଁ । ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।  ସେହିପରି ମୋହନ ମାଝୀ କହିଛନ୍ତି ଗତ 5 ବର୍ଷରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ବ୍ୟବସ୍ଥା ନାଁରେ ରାଜ୍ୟରେ ପ୍ରହସନ ଚାଲିଥିଲା । ସ୍ବାସ୍ଥ୍ୟସେବା କେବଳ ଟେଲିଭିଜନ ଓ ବିଜ୍ଞାପନରେ ସୀମିତ ଥିଲା ।

ଅଧିକ ପଢନ୍ତୁ : ଘରେ ଘରେ ନଳରେ ପାଣି, ଡ୍ରିଙ୍କ ଫ୍ରମ୍ ଟ୍ୟାପର ଡେଙ୍ଗୁରା ପିଟୁଥିଲା ବିଜେଡି ସରକାର

ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ନାଁରେ ଲୋକଙ୍କୁ ମାରି ଦେଉଥିଲେ ବିଜେଡି ସରକାର।  ଗତ ସରକାର ମହିଳାମାନଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ । ତେବେ ବିଜେପି ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ନୂଆ ଆଶା ପାଲଟିଛି। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ ।  ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ଯେମିତି ସୁଭଦ୍ରା ଯୋଜନାରୁ ଲାଭ ପାଇପାରିବେ ତାହା ମୁଁ ନିଜେ ତଦାରଖ କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  ମୁଁ ବିଧାନସଭାର ପବିତ୍ର ଗୃହରୁ ମା ମାନଙ୍କୁ ପ୍ରତିଶ୍ରୁତି ଦେଉଛି ବୋଲି କହିଛନ୍ତି ମୋହନ ମାଝୀ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: