Videos
|
Odisha

ଏକକାଳୀନ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଏକକାଳୀନ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Key Points

 

  • ବିଜେପି ସରକାରଙ୍କ ଫୋକସରେ ଶିକ୍ଷକ ନିଯୁକ୍ତି 
  •  ଏକକାଳୀନ 16 ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
  • ୨୪ ବର୍ଷର ସରକାର ଯାହା କରିନଥିଲେ
  • ୧୦୦ ଦିନରେ କରି ଦେଖାଇଲେ ବିଜେପି ସରକାର

ଅର୍ଗସ ବ୍ୟୁରୋ : ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ କରିବା ପାଇଁ ବିଜେପି ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ପାଇଛନ୍ତି ନିଯୁକ୍ତି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ସମାରୋହରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିଲେ। ରାଜ୍ୟରେ ଶିକ୍ଷାଦାନକୁ ଗୁଣାତ୍ମକ କରିବା ଦିଗରେ ଏହି ନିଯୁକ୍ତି ଏକ ବଡ଼ ପଦକ୍ଷେପ। ସରକାରୀ ସ୍କୁଲ ହେଉଛି ରାଜ୍ୟର ଭବିଷ୍ୟତର ଏନ୍ତୁଡ଼ିଶାଳ । ଶିକ୍ଷକ ହେଉଛନ୍ତି ଏହାର ମୂଳ ଆଧାର । ଏବେ ଉପଯୁକ୍ତ ଟ୍ରେନ୍‌ଡ ଟିଚର ନୂଆପୀଢୀକୁ ତିଆରି କରିବେ ।

ଅଧିକ ପଢନ୍ତୁ : ରାଜ୍ୟରେ ନିଯୁକ୍ତି ପାଇବେ ୧୬,୦୦୯ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ

ବୌଦ୍ଧିକ ଦୃଷ୍ଟିରୁ ଓଡ଼ିଶା ଦୁର୍ବଳ ହୋଇ ଥାଇପାରେ, କିନ୍ତୁ ଭୌତିକ ଦୃଷ୍ଟିରୁ ନୁହେଁ । କିନ୍ତୁ ବିଜେଡି ସରକାର ଶିକ୍ଷାର ବିକାଶ, ସ୍କୁଲ ରୂପାନ୍ତରୀକରଣ ନାଁରେକେବଳ ପୁରୁଣା କୋଠାରେ ରଙ୍ଗବୋଳିଥିଲେ। କିନ୍ତୁ ବିଜେପି ସରକାର ଆସିବା ପରେ ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ପିଲାଙ୍କ ଭବିଷ୍ୟତ ଗଢିବା ଦିଗରେ ଦେଉଛନ୍ତି ସ୍ବତନ୍ତ୍ର ଗୁରୁତ୍ବ। ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଥିବା ବେଳେ ଏହି ପଦକ୍ଷେପ ଲକ୍ଷ୍ୟ ପୂରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।  

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

The Chief Minister distributed appointment letters to 16 thousand teachers and students at the same time | Argus News Odia