Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦୁଝରରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
କେନ୍ଦୁଝରରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  କେନ୍ଦୁଝରରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ନାଁ ନ ନେଇ ପୂର୍ଵ ସରକାରର ସୁପର ସିଏମଙ୍କ ସହ ନେତାଙ୍କ ପୋଲ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ। ନିଜକୁ କ୍ରୀତଦାସ ବୋଲାଉଥିବା ଲୋକ ମୋତେ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ କରିଥିଲେ । ମୋତେ ମନ୍ତ୍ରୀ ପଦ ଓ ଖଣି ଦେବାର ଲୋଭ ଦେଖାଇ ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଖଣି ଲୁଟେରା ମାନଙ୍କୁ ଜେଲ ଯିବାକୁ ହେବ ବୋଲି କେନ୍ଦୁଝର ଷ୍ଟାଡିଅମରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ବିକାଶର ପ୍ରତିଶ୍ରୁତି ଦେବା ସହ ମୁଁ ମୁଖ୍ୟମନ୍ତ୍ରୀ ନୁହେଁ, ଆପଣଙ୍କ ମୁଖ୍ୟ ସେବକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister has opened a leader poll with the Super CM of the previous government | Argus News