Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କା ଡିପୋଜିଟ୍ ରଖିଛନ୍ତି ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କା ଡିପୋଜିଟ୍ ରଖିଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ନିର୍ବାଚନ ପାଇଁ ନବୀନ ଖୋଲିଲେ ନୂଆ ଆକାଉଣ୍ଟ । ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଏସବିଆଇ ବ୍ରାଞ୍ଚରେ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କାର ଡିପୋଜିଟ୍ ରଖିଛନ୍ତି। ସମାନ ଭାବରେ ହିଞ୍ଜିଳିରେ ବି ଏକ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଡିପୋଜିଟ୍ ରଖିଛନ୍ତି। କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ରହିଛି ସେ କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟାପାଠରେ ଉଲ୍ଲେଖ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପତ୍ତିର ମୂଲ୍ୟ ୭୧ କୋଟି ଟଙ୍କା। ୨୦୨୪ ସାଧାରଣ ନିର୍ବାଚନ ଲାଗି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ନିର୍ବାଚନୀ ସତ୍ୟାପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ନବୀନଙ୍କ ପାଖରେ ୩୦ ହଜାର ନଗଦ ଟଙ୍କା ଥିବା ବେଳେ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତା ଭିତରେ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ ଓ ଫିକ୍ସ ଆକାରରେ ରହିଛି। ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଏସବିଆଇ ବ୍ରାଞ୍ଚରେ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କାର ଡିପୋଜିଟ୍ ରଖିଛନ୍ତି। ସମାନ ଭାବରେ ହିଞ୍ଜିଳିରେ ବି ଏକ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଡିପୋଜିଟ୍ ରଖିଛନ୍ତି। କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ରହିଛି ସେ କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟାପାଠରେ ଉଲ୍ଲେଖ କରିଛନ୍ତି। ଏହା ସହ ନବୀନଙ୍କ ପାଖରେ ୫୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ସଂପତ୍ତି ମଧ୍ୟ ରହିଛି। ନବୀନ ନିବାସ ସ୍ଥିତ ଘର ଓ ଜମିର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା ହେବ । ନୂଆଦିଲ୍ଲୀ ଅବଦୁଲ କଲାମ ରୋଡ୍ ସ୍ଥିତ ଘର ଦାମ ୪୩ କୋଟି ୩୬ ଲକ୍ଷ ଟଙ୍କା ହେବ ବୋଲି ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister has opened a new account and deposited 30 lakh rupees | Argus News