ଆଜିଠାରୁ ୨ଦିନିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ : ଆଜିଠାରୁ ୨ଦିନିଆ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାରଙ୍କର ୧୦୦ ଦିନ ପୁର୍ତ୍ତି ଅବସରରେ ସ୍ଥାନୀୟ ଛଉ ପଡ଼ିଆରେ ଆୟୋଜନ ହେବାକୁ ଥିବା ବିକାଶ ମେଳାରେ ଯୋଗଦେଇ ମେଳାକୁ ଉଦଘାଟନ କରିବା ସହ ଏକ ସାଧାରଣ ସଭାରେ ଜନତାଙ୍କୁ ଉଦ୍ବୋଧନ ଦେବେ। ଏଥିପାଇଁ ଜିଲ୍ଲା ପ୍ରଶାସନରେ ତତ୍ପରତା ଦେଖାଯାଇଛି।
ଅଧିକ ପଢନ୍ତୁ : କେନ୍ଦୁଝରରେ ମେଗା ସ୍ୱାସ୍ଥ୍ୟ ମେଳାରେ ମୁଖ୍ୟମନ୍ତ୍ରୀ
ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ମୟୂରଭଞ୍ଜ ଜିଲ୍ଲା ଗସ୍ତ ହୋଇଥିବାରୁ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଆରାଧ୍ୟ ମହାପ୍ରଭୁ ଶ୍ରୀ ହରିବଳଦେବଜୀଉ ଓ ମା ଅମ୍ବିକାଙ୍କୁ ଦର୍ଶନ ମୁଖ୍ୟମନ୍ତ୍ରୀ ଦର୍ଶନ କରିବା ପରେ ସର୍କିଟ ହାଉସରେ ବିଭିନ୍ନ ବିଭାଗର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: