Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ  ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବତନ୍ତ୍ର ବିମାନରେ ଆସି ଦିନ ୧୦ଟାରେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ। ତୁଷୁରା ଏୟାର ଷ୍ଟ୍ରିପକୁ ୨B କାଟାଗୋରୀକୁ ଉନ୍ନିତର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ସେଠାରୁ ବେଲପଡା ବ୍ଲକ କ୍ରିକେଟ ପଡିଆରେ ଅପରଲାନ୍ଥ ଇରିଗେସନ ପ୍ରଜେକ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଇନଫ୍ରାଷ୍ଟକଚର କମ୍ପ୍ଲେକ୍ସ ଉଦଘାଟନ କରିବେ । ଆୟୋଜିତ ସଭାରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବେଲପଡାରୁ ହେଲିକପ୍ଟରରେ ଆସି ପାଟଣାଗଡ ରମାଇ ହାଇସ୍କୁଲରେ ପହଞ୍ଚିବେ । ପାଟଣାଗଡ SDH ହସପିଟାଲକୁ ଉଦଘାଟନ କରିବେ ।

ଅଧିକ ପଢନ୍ତୁ : କେନ୍ଦୁଝରରେ JSW ଓ ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ

ଏହାସହ ପାଟଣାଗଡ ବାଇପାସ୍ ୮ କିଲୋମିଟର ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ପାଟଣାଗଡ ରଜଖମାରରେ ମଧ୍ୟାହ୍ନ ଭୋଜନ କରିବେ ମୁଖ୍ୟମନ୍ତ୍ରୀ । ପୁଣି ହେଲିକେପ୍ଟରରେ ବଲାଙ୍ଗିର ରିଜର୍ଭ ପୋଲିସ ପଡିଆରେ ପହଞ୍ଚିବେ । ସେଠାରୁ ସର୍କିଟ ହାଉସ ଯାଇ ନୂତନ ସର୍କିଟ କୋଠାକୁ ଉଦଘାଟନ କରିବେ । ପରେ ଅପରାହ୍ନ ୪ଟା୩୦ରେ ବଲାଙ୍ଗିର ଦିନ୍ ଉତ୍ସବରେ ଯୋଗ ଦେବେ । ଶେଷରେ ରେନବୋ ପ୍ୟାଲେସରେ ପ୍ରାଦେଶିକ ମାରଓ୍ବାଡି ସମାଜର ଦୀପାବଳୀ ଭେଟଘାଟ୍ କାର୍ଯ୍ୟକ୍ରମରେ ଯୋଗଦାନ କରି ସର୍କିଟ ହାଉସରେ ଳାତ୍ରିଯାପନ କରିବେ। ଆସନ୍ତାକାଲି ସକାଳେ  ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister is on a one day visit to Balangir today | Argus News