Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଜିଠୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜିଠୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଆସି କେନ୍ଦୁଝର ଠାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଅଡିଟୋରିୟମରେ ଆୟୋଜିତ ଲାଇଫ ସେଭର୍ସ ଗ୍ରୁପ ଟ୍ରଷ୍ଟର ତୃତୀୟ ବାର୍ଷିକ ମହୋତ୍ସବରେ ଯୋଗ ଦେବେ ।

ଏହାସହ ନିଜ ପଞ୍ଚାୟତ ରାଇକଳା ଅନ୍ତର୍ଗତ କରଞ୍ଜିଆପଡ଼ା ଠାରେ ମା ତାରିଣୀ କ୍ଲବ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦୁଝର ସ୍ଥିତ ଏକ ଘରୋଇ ହୋଟେଲରେ କେନ୍ଦୁଝର ସାଂସଦ ଏବଂ ସ୍ଥାନୀୟ ବିଧାୟକ ମାନଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ 21 ଏବଂ 22 ତାରିଖରେ କେନ୍ଦୁଝରର ବିଭିନ୍ନ ସ୍ଥାନରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ କେନ୍ଦୁଝରବାସୀ ।ନିଜ ଗାଁ ରାଇକଳାକୁ ମଧ୍ୟ ଯିବେ ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister is on a three-day visit to Keonjhar from today | Argus News