Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋହନ ସରକାରର ଦ୍ବିତୀୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Odisha

ମୋହନ ସରକାରର ଦ୍ବିତୀୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Manini Pattanayak
Browse all articles by Manini Pattanayak
·1 year ago·2 min read
ମୋହନ ସରକାରର ଦ୍ବିତୀୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଲୋକଙ୍କ ପେଟ ଓ ଓଡ଼ିଆ ପିଲାଙ୍କ ପାଠ ଚିନ୍ତା । ମୋହନ ସରକାରର ଦ୍ବିତୀୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି ।  ସବୁବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି । ଆଜି ମୋହନ ସରକାରର ଦ୍ବିତୀୟ କ୍ୟାବିନେଟରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କରଯାଇଛି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ 352ରୁ 450 ଟଙ୍କା, ଅର୍ଦ୍ଧକୁଶଳୀଙ୍କ ଦୈନିକ ମଜୁରୀ 392ରୁ 500 ଟଙ୍କା,  କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ 442ରୁ 550 ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ 502ରୁ 600 ଟଙ୍କାକୁ ବୃଦ୍ଧି କରାଯାଇଛି । ସିଧାସିଧା କହିବାକୁ ୨୫ ପ୍ରତିଶତ ମଜୁରୀ ବଢ଼ାଇ ସମାଜର ତଳଶ୍ରେଣୀରେ ଥିବା ମେହନତୀ ମଣିଷଙ୍କ ପେଟର ଭୋକ ବୁଝିଛନ୍ତି ମୋହନ ସରକାର । ଖାଲି ପେଟ ନୁହେଁ, ପାଠକୁ ବି ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ 18 ହଜାର 788 କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ଖୁବଶୀଘ୍ରୀ ପ୍ରକ୍ରିୟା ବି ଆରମ୍ଭ ହେବ ।  କୃଷକକଙ୍କ ହିତକୁ ନଜରରେ ରଖି ପିଏମ କିଶାନ ଯୋଜନାରେରେ ୫ରୁ ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ । ବିଶେଷ କରି ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଏବଂ କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏମାନେ ଆଗାମୀ କିସ୍ତିରେ ପିଏମ କିଶାନ ଟଙ୍କା ପାଇବା ନେଇ ମଧ୍ୟ କ୍ୟାବିନେଟରେ ମୋହର ବାଜିଛି ।  ଚାଷୀଙ୍କର ଜଳସେଚନ ସମସ୍ୟା ଦୂର କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଉଠା ଜଳସେଚନ ବିଭାଗର 2ହଜାର 65ଟି ଅଚଳ ପ୍ରକଳ୍ପ ସଅଳ ସଚଳ ହେବ | ଏଥିପାଇଁ 5 ବର୍ଷ ଭିତରେ 1 ହଜାର 44 କୋଟି 84 ଲକ୍ଷ ଟଙ୍କା ବିନିଯୋଗ କରାଯିବ |
ରାଜ୍ୟର ବିଜେପି ସରକାର ପାଇଁ ପ୍ରାଥମିକତା ହେଉଛନ୍ତି ଚାଷୀ ଓ ଗରିବ । ସେଥିପାଇଁ ସେମାନଙ୍କ ସ୍ବାର୍ଥକୁ ସର୍ବାଗ୍ରେ ଗୁରୁତ୍ବ ଦେବା ସହ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯାଇ ପିଲାଙ୍କ ଭବିଷ୍ୟତ ନିର୍ମାଣ ପାଇଁ ବଡ଼ ବ୍ୟବସ୍ଥା କରିଛନ୍ତି ମୋହନ ସରକାର ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The chief minister is worried about the stomach of the odisha people | Argus News