Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାରି ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ବିଧାୟକ ଏବଂ ସାଂସଦ ମାନେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିଛନ୍ତି। ଘର ଘରକୁ ଯାଇ ବିଜେପିକୁ ଭୋଟ ଦେଇଥିବା ଲୋକଙ୍କୁ ଖୋଜି ଦଳ ସହ ଯୋଡିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। 

ବଡ଼ ହୃଦୟ ନେଇ ଭୋଟ ଦେଇ ନ ଥିବା ଲୋକଙ୍କୁ ମଧ୍ୟ ସଦସ୍ୟ କରି ଗୋଟିଏ ଛତା ତଳକୁ ଆଣିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଏହି କ୍ରଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଇଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ରେଲେୱେ ଷ୍ଟେସନ, ବସ ଷ୍ଟାଣ୍ଡ, କଲେଜ ବାହାରେ ସଦସ୍ୟତା ଅଭିଯାନ କରିବା ସହ ପ୍ରତି ବୁଥରେ 400 ସଦସ୍ୟ ଟାର୍ଗେଟକୁ ହାସଲ କରିବାକୁ ହେବ।

ରାଜ୍ୟ ସରକାରରେ ଏକ ବର୍ଷର ଉପଲବ୍ଧି 100 ଦିନ ପୂର୍ବରୁ ହୋଇଛି। ଏହି ସବୁ କଥା ଲୋକଙ୍କ ପାଖରେ ପହଞ୍ଚାଅ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି 1 କୋଟି ଲୋକଙ୍କୁ ଯୋଡିବାକୁ ହେବ। ଆମ ସରକାର ଯାହା କରିଛନ୍ତି ତାକୁ ନେଇ ଲୋକଙ୍କ ପାଖକୁ ଯାଅ। କେନ୍ଦ୍ର ସରକାରଙ୍କ ଉପଲବଧି ବି ପହଞ୍ଚାଅ। କେନ୍ଦ୍ରର ବିକାଶ ଗାଡିରେ ଓଡିଶା ଏକ ନମ୍ବର ଇଞ୍ଜିନ ହେବ। ପୂର୍ବୋଦ୍ବୟ ବିକାଶ ଓଡିଶାରୁ ଆରମ୍ଭ ହେବ। ସୁଭଦ୍ରା ଯୋଜନା କଥା ବି ଲୋକଙ୍କୁ କୁହନ୍ତୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The Chief Minister | Argus News