Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ କାର୍ଯ୍ୟାଳୟରେ ଲୋକଙ୍କୁ ଭେଟି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ରାଜ୍ୟ କାର୍ଯ୍ୟାଳୟରେ ଲୋକଙ୍କୁ ଭେଟି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ରାଜ୍ୟ କାର୍ଯ୍ୟାଳୟରେ ଲୋକଙ୍କୁ ଭେଟି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କରି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ଦଳୀୟ ମିଟିଙ୍ଗରେ ସାମିଲ ହେବା ପରେ ଏବେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ନିକଟରୁ ଶୁଭେଚ୍ଛା ଗ୍ରହଣ କରିବା ସହ ସେମାନଙ୍କର ଥିବା କୌଣସି ଅଭିଯୋଗ କିମ୍ବା ସମସ୍ୟା ବିଷୟରେ ବୁଝିଥିଲେ ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ : ଚାଷୀମାନଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି

ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଟ ବନ୍ଧ ରହୁଥିଲା। ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ପାରୁନଥିଲେ କି କୌଣସି ଅଭିଯୋଗ କରିପାରୁନଥିଲେ । ସରକାର ବଦଳିବା ପରେ ନୁଆ ମୁଖ୍ୟମନ୍ତ୍ରୀ ସିଧାସଳକ ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ଓ ମିଶୁଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister met the people in the state office and heard the complaints | Argus News