Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିକାଶ ଓ ଗଣତନ୍ତ୍ର ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

Odisha

ବିକାଶ ଓ ଗଣତନ୍ତ୍ର ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିକାଶ ଓ ଗଣତନ୍ତ୍ର ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

Key Points

ବିକାଶ ଓ ଗଣତନ୍ତ୍ର ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝରରେ ମୋହନ ମାଝୀ କହିଲେ, ନବୀନଙ୍କ ଶାସନରେ ଚାଲିଥିଲା ଅଫିସର ରାଜ୍
ଏବେ ରାଜ୍ୟରେ ଚାଲିଛି ଗଣତନ୍ତ୍ର, ଯାହାକୁ ସହିପାରୁନି ବିଜୁ ଜନତା ଦଳ
ଭୋଟ୍ ପାଇଁ ଜଗନ୍ନାଥଙ୍କୁ ବି କରିଥିଲେ ବ୍ୟବହାର
କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ଯୋଗୁଁ ରାଜ୍ୟରେ ହୋଇପାରିଲା ନାହିଁ ବିକାଶ
ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ସବୁକ୍ଷେତ୍ରରେ ଚରମ ଅବହେଳା ଓ ଅପାରଗତା
ଲୋକମତକୁ ବେଖାତିର କରିବା ବିଜେଡିକୁ ପଡ଼ିଲା ମହଙ୍ଗା

ଅର୍ଗସ ବ୍ୟୁରୋ:  କେନ୍ଦୁଝରରୁ ରାଜ୍ୟବାସୀଙ୍କୁ ବିଜେପି ସରକାରର 100 ଦିନର ସଫଳ ବିକାଶ ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଗୋଟିଏ ପଟେ ନୂଆ ସରକାରର ବଡ଼ ନିଷ୍ପତ୍ତି, ଯୋଜନା ଓ ସଫଳତା ଗଣାଇଲେ ମୋହନ ମାଝୀ, ଅନ୍ୟପଟେ ପୂର୍ବ ବିଜେଡି ସରକାରର ବିଫଳତା, ଅପାରଗତାର ଲମ୍ବା ତାଲିକା ବି ରଖିଛନ୍ତି। ନବୀନଙ୍କ ଶାସନରେ ଚାଲିଥିଲା ଅଫିସର ରାଜ୍ । କେବଳ ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିଲେ ବିଜେଡି ସରକାର । ଆଉ ଭୋଟ୍ ପାଇଁ ଜଗନ୍ନାଥଙ୍କୁ ବି ବ୍ୟବହାର କଲେ। ଲୋକମତକୁ ବେଖାତିର କରିବା ବିଜେଡି ପାଇଁ ମହଙ୍ଗା ପଡ଼ିଲା । ଏବେ ରାଜ୍ୟରେ ଚାଲିଛି ଗଣତନ୍ତ୍ର, ଯାହାକୁ ସହିପାରୁନି ବିଜୁ ଜନତା ଦଳ। 

ଶ୍ରେୟ ଯିବା ଭୟରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରୁନଥିଲେ ବିଜେଡି ସରକାର। 5T ରୂପାନ୍ତରଣ ନାଁରେ କେବଳ ସ୍କୁଲର ପୁରୁଣା କାନ୍ଥରେ ରଙ୍ଗ ମରାଗଲା । ଭିତ୍ତିଭୂମି ଠିକ୍ ନଥିଲା, ଶିକ୍ଷକ ନଥିଲେ । ପିଲାଙ୍କ ଡ୍ରପ୍ ଆଉଟ୍ ଉପରେ କୌଣସି ଧ୍ୟାନ ନ ଥିଲା। ନିର୍ବାଚନର କିଛି ମାସ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ନାଁରେ ଦଳୀୟ ପ୍ରଚାର କରାଗଲା। 'ନୂଆ ଓ' ଯୋଜନା କରି କଲେଜ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରାଗଲା। କୃଷି ଓ ଜଳସେଚନ କ୍ଷେତ୍ରରେ ବି ବିଜେଡି ସରକାର କରିଛି ବଡ଼ ଅବହେଳା। ଯାହାର ଉଦାହରଣ ହେଉଛି କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ। ଯାହା 40 ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି 2036 ମସିହା ସୁଦ୍ଧା ବିକଶିତ ହେବ ଓଡ଼ିଶା। ଏଥିପାଇଁ ବାକି 12 ବର୍ଷରୁ ପ୍ରଥମ 5 ବର୍ଷରେ ରାଜ୍ୟ ଅତିକ୍ରମ କରିବ ବିକାଶର ଅନେକ ରାସ୍ତା । 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister mohan majhi target to bjd | Argus News