Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୋକଙ୍କ ଅଭିଯୋଗ ଶୁଣିବେ ଲୋକଙ୍କ ମୁଖ୍ୟମନ୍ତ୍ରୀ

Odisha

ଲୋକଙ୍କ ଅଭିଯୋଗ ଶୁଣିବେ ଲୋକଙ୍କ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·2 min read
ଲୋକଙ୍କ ଅଭିଯୋଗ ଶୁଣିବେ ଲୋକଙ୍କ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଜୁଲାଇ ୧ରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବେ ସିଏମ ମୋହନ ଚରଣ ମାଝୀ । ସୋମବାର ଠାରୁ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଅଭିଯୋଗ ଶୁଣାଣି ପାଇଁ ସେହିଦିନ ସକାଳ ୯ ଘଟିକାରୁ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ହେବ ପଞ୍ଜୀକରଣ । ତେଣୁ ରାଜ୍ୟର ସମସ୍ତ ଜନ ସାଧାରଣଙ୍କ ଅବଗତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ । ଲୋକ ମାନେ ଅଭିଯୋଗ ଶୁଣାଣି ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜ ନିଜର ପଞ୍ଜୀକରଣ କରି ଅଭିଯୋଗ ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣେଇ ପାରିବେ ।

ଶପଥ ଗ୍ରହଣ ପୂର୍ବରୁ ନୁଆ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି...ପ୍ରତିଦିନ ଶହ ଶହ ସଂଖ୍ୟାରେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉଛନ୍ତି.. ଏବେ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବା ଖବର ପରେ ସମସ୍ୟା ସମାଧାନ ଦିଗରେ ସାଧାରଣ ଲୋକଙ୍କ ଭିତରେ ନୂଆ ଆଶା ସଂଚାର ହୋଇଛି

ତେବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପୂର୍ବରୁ ଆଜି ଅଭିଯୋଗ ପ୍ରକୋଷ୍ଠର ସ୍ଥିତି ଯାଞ୍ଚ କରିଛନ୍ତି ସାଧାରଣ ପ୍ରଶାସନ ବିଭାଗର ଅଧିକାରୀଙ୍କ ଟିମ୍ । ଅଭିଯୋଗ ନେଇ ଆସୁଥିବା ଲୋକ ମାନଙ୍କ ପାଇଁ ପ୍ରତୀକ୍ଷାଳୟ ସବୁ ପ୍ରସ୍ତୁତ କରାଯାଉଛି । ପ୍ରଥମେ ଅଭିଯୋଗକାରୀ ମାନଙ୍କର ପଞ୍ଜୀକରଣ କରାଯିବ । ପଞ୍ଜୀକରଣ ହେବା ପରେ ୪୦ରୁ ୫୦ ଜଣ ଭିତରେ ଲୋକଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ଛଡା ଯିବ । ଲୋକଙ୍କ ପାଇଁ ବସିବା, ପାନୀୟ ଜଳ, ଶୌଚାଳୟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ୧୦୦୦ ରୁ ୧୨୦୦ ଲୋକଙ୍କ ପାଇଁ ବ୍ୟବସ୍ଥା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶେଷ ଥର ପାଇଁ ୨୦୦୮ ଅଗଷ୍ଟ ୧୬ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ୨୦୦୮ରୁ ୨୦୨୪, ୧୬ ବର୍ଷ ଭିତରେ ଦିନେ ହେଲେ ବି ଅଭିଯୋଗ ପ୍ରକୋଷ୍ଠ ଦୁଆର ମାଡି ନଥିଲେ ନବୀନ ପଟ୍ଟନାୟକ । ସବୁଠୁ ଦୁର୍ଭାଗ୍ୟଜନକ କଥା ଏହା ଯେ, ୨୪ ବର୍ଷର ଶାସନ ଭିତରେ ମାତ୍ର ୭୬ ଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗସ୍ତ କରିଥିଲେ ନବୀନ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The chief minister | Argus News