Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ବ ବିଜେଡି ସରକାରର ମିଛ ମହିଳା ସଶକ୍ତିକରଣର ପୋଲ ଖୋଲିଲେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୂର୍ବ ବିଜେଡି ସରକାରର ମିଛ ମହିଳା ସଶକ୍ତିକରଣର ପୋଲ ଖୋଲିଲେ ମୁଖ୍ୟମନ୍ତ୍ରୀ

Key Points

  • ପୂର୍ବ ବିଜେଡି ସରକାରର ମିଛ ମହିଳା ସଶକ୍ତିକରଣର ପୋଲ ଖୋଲିଲେ ମୁଖ୍ୟମନ୍ତ୍ରୀ
  • ମହିଳା ବିରୋଧୀ ଉପରାଧ ଉପରେ ତଥ୍ୟ ରଖି ପାଣି ଫିଙ୍ଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଖୋଲିଦେଲେ ବିଜେଡି ମହିଳା ସମ୍ମାନର ଗୁମର 
  • କହିଲେ, ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କ
  • ନିଶାନାରେ ଖୋଦ୍ ନବୀନ ପଟ୍ଟନାୟକ, ସେତେବେଳେ ନବୀନ ଥିଲେ ଗୃହମନ୍ତ୍ରୀ
  • ମୋହନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରୁଛି ମହିଳାଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ପାଖରେ ଅଛି ରୋଡମ୍ୟାପ୍ 
  • ୫ ବର୍ଷ ପରେ ତର୍ଜମା କରିବେ ଲୋକେ

ଅର୍ଗସ ବ୍ୟୁରୋ:  ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । କହିଲେ, ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କ । NCRB ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ବିରୋଧି ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩  ପ୍ରତିଶତ । ଲଜ୍ୟା ଜନକ ସ୍ଥିତିରେ ଦଣ୍ଡ ବିଧାନ ହାର । ୨୪ ବର୍ଷ ଧରି ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ...ଯାହାଙ୍କ ପାଖରେ ଗୃହ ବିଭାଗ ଥିଲା । ସେ ଏସବୁ କଥାକୁ ଜାଣି ପାରୁନଥିଲେ । ଏଭଳି ଲଜ୍ଜାଜଣକ ପରିସ୍ଥିତି ପାଇଁ ମୁଖ୍ୟତଃ ଦୁଇଟି କାରଣକୁ ଦାୟୀ କରିଛନ୍ତି ମୋହନ ।ପ୍ରଥମ ତ ଖାମଖିଆଲି ଢଙ୍ଗରେ ତଦନ୍ତ କରିବା, ଆଉ ଯଦି ପୁଣି ଚାପ ପଡିଲା ତାହେଲେ ମାମଲା ନହେବା । ଦ୍ଵିତୀୟରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ । ଅନ୍ୟ ରାଜ୍ୟ ଗୁଡିକରେ ଦଣ୍ଡ ବିଧାନ ହାର ଅଧିକ ରହୁଥିବା ବେଳେ ଓଡ଼ିଶାରେ ଏତେ କମ କାହିଁକି ? ପୂର୍ବ ବିଜେଡି ସରକାର କେବଳ ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିଲା । ହେଲେ ଏସବୁ କଥା ଆଉ ଚାଲିବ ନାହିଁ । ଜେପି ସରକାର ମହିଳା ବିରୋଧୀ ଅପରାଧକୁ ଗୁରୁତର ସହ ବିଚାର କରୁଛି । ଆବଶ୍ୟକ ହେଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ଡୋର ଷ୍ଟେପରେ ନ୍ୟାୟ ପହଞ୍ଚାଇବା ଉପରେ ସରକାର ଗୁରୁତ୍ଵ ଦେଉଥିବା କହିଛନ୍ତି ଆଇନ ମନ୍ତ୍ରୀ । ଲୋକଙ୍କ ଡୋର ଷ୍ଟେପରେ ପହଞ୍ଚିବ ନ୍ୟାୟ । ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟଳୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୬ ଟି ଗ୍ରାମ୍ୟ ନ୍ୟାୟଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସବୁ ବ୍ଲକରେ ଖୋଲିବ । ଗ୍ରାମ୍ୟ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ ।  ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇ ପାରିବେ । ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତାକୁ ନେଇ ଲୋକସେଭା ଭବନରେ ଆୟୋଜିତ ଜାଗୃତିକରଣ କାର୍ଯ୍ୟକ୍ରମରେ ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

ଅପ୍ରାସଙ୍ଗିକ ଓ ଅନାବଶ୍ୟକ ଆଇନ ଗୁଡିକୁ ଉଚ୍ଛେଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଡଷ୍ଟବିନକୁ ଯିବ ଅଦରକାରୀ ଆଇନ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ରାଜ୍ୟ ସରକାର ଲ-ରିଭିଜନ କମିଶନ କରି ଏହି ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
 

Sponsored
The chief minister opened the pole of the previous BJP government life of women empowerment | Argus News