Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ 

Odisha

ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ 

Manini Pattanayak
Browse all articles by Manini Pattanayak
·1 year ago
ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ 

ପୁରୀ : ପୁରୀ ଜିଲ୍ଲା ସୁଆଣ୍ଡୋରେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ସାଂସଦମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଗୋପବନ୍ଧୁଙ୍କ ଗାଁ ବୁଲିବା ସହ ସୁଆଣ୍ଡୋ ଗ୍ରାମ ବୁଲି ଲୋକଙ୍କ ସହିତ ମିଶିଥିଲେ। ଗ୍ରାମବାସୀଙ୍କ ସହିତ କଥୋପକଥନ ସମୟରେ ସେ କହିଥିଲେ ଯେ ଆମ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତିଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ।

ଏସବୁ ଖୁବ୍‌ ଶୀଘ୍ର ପୂରଣ ହେବ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକ ଭାଇଭଉଣୀମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister paid tribute to Pandit Gopbandhu in puri | Argus News