Videos
|
Odisha

ରାଜ୍ୟ ଅତିଥି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ୍ୟ ଅତିଥି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ମୁଖ୍ୟମନ୍ତ୍ରୀଙ୍କର ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଲୋକଙ୍କ ସେବା ସହ ସେମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ପୋଲିସ ଡିଜି କହିଛନ୍ତି । ପୂର୍ବରୁ ମୁ୍ଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ଡିଏସ କୁଟ୍ଟେଙ୍କୁ ପୋଲିସ ଡିଜିଙ୍କ ସହ ବିଭିନ୍ନ ଜିଲ୍ଲାର ଏସପି ମାନେ ରିପୋର୍ଟ କରୁଥିଲେ । ଦଳୀୟ ଆଧାରରେ ଏସପି ମାନେ ବିଜେଡି ପାଇଁ କାର୍ଯ୍ୟ କରୁଥିବା ନିର୍ବାଚନ ସମୟରେ ଅଭିଯୋଗ ହୋଇଛି ।

ଏସପି ମାନେ ଜିଲ୍ଲାସ୍ତରରେ ବିଜେଡିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏସପିମାନେ ପୋଲିସ ଡିଜିଙ୍କୁ ରିପୋର୍ଟ କରିବା ପରିବର୍ତ୍ତେ ଡିଏସ କୁଟ୍ଟେଙ୍କୁ ରିପୋର୍ଟ କରୁଥିବା ସଂଗୀନ ଅଭିଯୋଗ ଆସଛି । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କୁଟ୍ଟେଙ୍କୁ ନିଲମ୍ବନ କରାଯାଇଥିଲା ।  ଏପ୍ରସଙ୍ଗରେ କିନ୍ତୁ ପୋଲିସ ଡିଜି କୌଣସି ପ୍ରତିକ୍ରି୍ୟା ଦେଇନାହାନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Chief Minister reviewed the law and order situation | Argus News