Videos
|
Odisha

ମୁଖ୍ୟମନ୍ତ୍ରୀ କହିଲେ ଯାଜପୁରକୁ ଲୁଟିଛନ୍ତି ବିଜେଡିର ୩ ପରିବାର

Ritu Das
Browse all articles by Ritu Das
·1 year ago·2 min read
ମୁଖ୍ୟମନ୍ତ୍ରୀ କହିଲେ ଯାଜପୁରକୁ ଲୁଟିଛନ୍ତି ବିଜେଡିର ୩ ପରିବାର

ଅର୍ଗସ ବ୍ୟୁରୋ: ଯାଜପୁର ବଡଚଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କଲେ 3 ପରିବାରକୁ। କହିଲେ ଯାଜପୁରର ବିକାଶ ନୁହେଁ ବିନାଶ କରିଛନ୍ତି ଏଇ ପରିବାର। ଏଇ ପ୍ରସଙ୍ଗରେ ସିଧାସଳଖ ନାଁ ନେଇ ବବି-ଜିତି-ଡ୍ୟାନିଙ୍କୁ ଯାଜପୁରର ବିନାଶର ଖଳନାୟକ ବୋଲି କହିଛନ୍ତି ଯାଜପୁର ସାଂସଦ ଡକ୍ଟର ଆର.ଏନ୍.ବେହେରା ।

3 ପରିବାର ହିଁ ଯାଜପୁରକୁ ଲୁଟିଥିବା ଅଭିଯୋଗ କରିଛନ୍ତି ଯାଜପୁର ସାଂସଦ। ଏଥିସହିତ ନଗଡା ପ୍ରସଙ୍ଗରେ ପୂର୍ବ ସରକାରକୁ ଘେରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ସାମ୍ନାକୁ ଆସିଛନ୍ତି ସାନ ଘଡେଇ ବଡ ଘଡେଇ। ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର 5 ଥର ବିଧାୟକ ପ୍ରଫୁଲ୍ଲ ଘଡେଇ କହିଛନ୍ତି ସୁକିନ୍ଦାର ବିକାଶ ହୋଇଅଛି। ସେହିଭଳି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନଗଡାର ବିକାଶ ଦାବି କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳର ଦେଖାଇଛନ୍ତି ରଙ୍ଗୀନ ଚିତ୍ର। ଆଉ ଏଇ ଭିଡିଓ ହିଁ ଖୋଲିଦେଇଛି ମିଛ ପ୍ରଚାରର ପୋଲ୍। ନଗଡା ତଳଡିହ ଓ ତୁମୁଣିର ଇଏ ହେଉଛି ଚିତ୍ର। ଖାଇବାକୁ ନ ପାଇ ଅପପୁଷ୍ଟିର ଶିକାର ହେଉଛନ୍ତି ପିଲା। ଖାଇବା କହିଲେ ଭାତ-ଲୁଣ ଜଙ୍ଗଲୁ ଆଳୁ, ଚାକୁଣ୍ଡା ଶାଗ । ପାଣି କହିଲେ ମାଇଲ ମାଇଲ ଦୁରରେ ଥିବା ଝରଣା। 

ପ୍ରଶ୍ନ ଭିଡିଓ ସତ ନା ଗ୍ରାଉଣ୍ଡ ରିପୋର୍ଟ ସତ, ଗୁରୁବାରୀ ମାଉସୀର କଥା ସତ ନା ପ୍ରଫୁଲ୍ଲ ଘଡେଇ ସତ, ହାଇକୋର୍ଟରେ ଜିଲ୍ଲାପାଳଙ୍କ ସତ୍ୟପାଠ ସତ ନା ଡ୍ୟାନି ଘଡେଇଙ୍କ ଭିଡିଓ ପୂର୍ବରୁ ହାଇକୋର୍ଟରେ ଯାଜପୁର ଜିଲ୍ଲାପାଳ ସତ୍ୟପାଠ କରି ନଗଡା ତୁମିଣିରେ ଅପପୁଷ୍ଟିରେ ପିଲାଙ୍କ ଜୀବନ ଯାଇଥିବା କଥା ସ୍ବୀକାର କରିଥିଲେ। ପ୍ରଫୁଲ୍ଲ ଘଡେଇ ଓ ପ୍ରିତି ରଂଜନ ଘଡାଇ 34 ବର୍ଷ ଧରି ସୁକିନ୍ଦାରେ ରାଜ କରିଛନ୍ତି, ହେଲେ ସୁକିନ୍ଦା ପାଇଁ କମ କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ। 

2016ରେ ନଗଡାରେ ଅପପୁଷ୍ଟିରେ 16 ଜଣ ପିଲାଙ୍କ ଜୀବନ ଯାଇଥିଲା। ଗତ 2 ବର୍ଷରେ ତୁମୁଣି ଓ ତଳଡିହରେ ଅପପୁଷ୍ଟିରେ ପିଲାଙ୍କ ଜୀବନ ଯାଇଛି। 24 ବର୍ଷର ନବୀନ ସରକାର, 34 ବର୍ଷର ଘଡେଇ ପରିବାରର ରାଜ ତଥାପି ବଦଳିଲାନି ନଗଡା ଚିତ୍ର। ଏବେ ବିଜେପି ସରକାର ଉପରେ ଭରସା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

The Chief Minister | Argus News