Videos
|
Odisha

ଆଗାମୀ ୫ବର୍ଷ ବହୁ ଚ୍ୟାଲେଞ୍ଜ ଭରା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଗାମୀ ୫ବର୍ଷ ବହୁ ଚ୍ୟାଲେଞ୍ଜ ଭରା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ନୂଆ ଓଡ଼ିଶା ଗଠନ ପାଇଁ ପ୍ରୟାସରତ ରାଜ୍ୟ ସରକାର। ଆଗାମୀ ୫ବର୍ଷ ବହୁ ଚ୍ୟାଲେଞ୍ଜ ଭରା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ଗଠନ ହୋଇଛି । ଓଡିଶାକୁ ସବୁପ୍ରକାର ସାହାଯ୍ୟ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ନୂଆ ଓଡ଼ିଶା ଗଠନ ପାଇଁ ପ୍ରଥମ ୫ ବର୍ଷର ମିଶନରେ ଶହେ ଦିନର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କହିଛନ୍ତି ସିଏମ । ସେପଟେ ରବିବାର ବସିଥିବା ମୁଖ୍ୟମନ୍ତ୍ରୀ ପରିଷଦ ବୈଠକରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ ।

କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଦିଆଯାଇଛି ଫୋକସ । ବୈଠକରେ ଓଡ଼ିଶା ସିଏମଙ୍କ ସହ ସାମିଲ ହୋଇଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ । ନୀତି ଆୟୋଗ ଏବଂ ବିଜେପି ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ବୈଠକ ପରେ ଓଡ଼ିଶା ଭବନରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଥିବା ଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୈଠକରେ ଚିଫ ସେକ୍ରେଟାରୀ ମନୋଜ ଆହୁଜାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଗତ ୨୪ ବର୍ଷ ଭିତରେ ରାଜ୍ୟରେ ଅନେକ କାମ ହୋଇପାରିନି। ଯାହା ଫଳରେ ଲୋକଙ୍କର ଆୟ ମଧ୍ୟ ବଢିପାରି ନଥିବା କହଛନ୍ତି ସିଏମ୍।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Chief Minister said that the next five years are full of challenges | Argus News