Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହିଳା ସଶକ୍ତିକରଣ ପ୍ରସଙ୍ଗରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ

Odisha

ମହିଳା ସଶକ୍ତିକରଣ ପ୍ରସଙ୍ଗରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ମହିଳା ସଶକ୍ତିକରଣ ପ୍ରସଙ୍ଗରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ବାରିପଦା ସଭାରେ ନବୀନ ସରକାରକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ । କହିଲେ ମହାଜନୀ କାରବାର କରାଉଥିଲେ ନବୀନ ସରକାର । ଗତ ସରକାରଙ୍କ ମହିଳା ସଶକ୍ତିକରଣ କେବଳ ସ୍ଲୋଗାନରେ ସୀମିତ ଥିଲା । ପୂର୍ବ ସରକାର କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଥିଲେ । ମହିଳାଙ୍କୁ ରୁଣ ଦେବା ନାଁରେ ମହାଜନୀ କାରବାର କରାଉଥିଲେ ନବୀନ ସରକାର । ଏସଏଚଜି ମହିଳା  ଲୋନ ନେଇ ଉଦ୍ୟୋଗୀ ହେଉନଥିଲେ । ଚଢା ସୁଧରେ ସୁନା ବନ୍ଧକ ରଖି ଟଙ୍କା ବ୍ୟବହାର କରୁଥିଲେ । ଏହି ମହାଜନୀ କାରବାର ଉପରେ ରୋକ ଲଗାଇଲେ ନୂଆ ସରକାର । ସେତେବେଳେ ବଜାର ବ୍ୟବସ୍ଥା ନଥିଲା । ସେଥିପାଇଁ ଉଦ୍ୟୋଗ ଚାଲୁନଥିଲା । ଏବେ ତାର ବିପରୀତ । ଏଚଏଚଡି ମହିଳାମାନେ ଟଙ୍କା ଆଣି ଛୋଟମୋଟ ବ୍ୟବସାୟ କରୁଛନ୍ତି । ବିଜେପି ସରକାର ମହିଳାମାନଙ୍କୁ ବିକାଶ ଯାତ୍ରାରେ ସାମିଲ କରିଛି । 

ପୂର୍ବ ବିଜେଡି ସରକାର ମହିଳାମାନଙ୍କୁ ସଶକ୍ତି କରଣର ସ୍ଲୋଗାନ ଦେଇଥିଲା । କିନ୍ତୁ ରୁଣ କରିବା ନାଁରେ ମହାଜନୀ କାରବାର କରୁଥିଲା । 70ଲକ୍ଷ ମହିଳାଙ୍କୁ ସଶକ୍ତିକରଣ କରିଥିବା ନେଇ ସ୍ଲୋଗାନ ଦେଇଥିଲା ପୂର୍ବ ବିଜେଡି ସରକାର । କିନ୍ତୁ ବାସ୍ତବରେ ଏହା ମହାଜନୀ କାରବାରରେ ପରିଣତ ହୋଇଥିଲା । ନୂଆ ସରକାରରେ ଏଥିରେ ପରିବର୍ତ୍ତନ ହୋଇଛି । 

ରାଜ୍ୟରେ ସରକାର ବଦଳିଛି । ମହିଳା ସଶକ୍ତିକରଣର ଦିଗରେ ମଧ୍ୟ ପରିବର୍ତ୍ତନ ଆସିଛି । ଏଣିକି ମହିଳାମାନେ ଟଙ୍କା ନେଇ ଛୋଟ ମୋଟ ବ୍ୟବସାୟ ଆରମ୍ଭ କରି ସ୍ବାବଲମ୍ବୀ ହୋଇପାରୁଛନ୍ତି । ଯେଉଁ ଆଶା ଓ ବିଶ୍ବାସ ନେଇ ସେମାନେ ବିଜେପିକୁ କ୍ଷମତାକୁ ଆଣିଥିଲେ, ତାହା ଏବେ ପୂରଣ ହେବାକୁ ଯାଉଛି । ବିଜେଡି ସରକାରରେ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନରେ ସୀମିତ ଥିଲା । ବିଜେପି ସରକାରରେ ଏହା ବାସ୍ତବତାର ରୂପ ନେଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
The Chief Minister | Argus News