Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା ପାଇଁ ଆଉ ରେଳପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

Odisha

ଓଡ଼ିଶା ପାଇଁ ଆଉ ରେଳପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·2 min read
ଓଡ଼ିଶା ପାଇଁ ଆଉ ରେଳପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି ବୈଠକରେ ଓଡିଶା ପାଇଁ ଦୁଇଟି ନୂଆ ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି। ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଏହି ପ୍ରକଳ୍ପ ଗୁଡିକ ହେଉଛି  ୧୩୮ କିଲୋମିଟର ବିଶିଷ୍ଟ ବରଗଡ ରୋଡ୍‌-ନୂଆପଡା ରେଳ ଲାଇନ୍‌ । ଏଥିପାଇଁ ୨୯୨୬ କୋଟି ଟଙ୍କା ବିନିଯୋଗ ହେବ। ଅନ୍ୟ ପ୍ରକଳ୍ପଟି ହେଉଛି  ୩୭ କିଲୋମିଟର ବିଶିଷ୍ଟ ସରଡେଗା-ଭାଲୁମୁଣ୍ଡା ନୂଆ ଡବଲ ଲାଇନ୍‌ । ଏଥିପାଇଁ ୧୩୬୦ କୋଟି ଟଙ୍କା ବିନିଯୋଗ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ବରେ ଦେଶ ଦ୍ରୁତ ଗତିରେ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଅଗ୍ରସର ହେଉଛି । ଏହି ଯାତ୍ରାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାର ବିକାଶ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେଇଆସିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିଥିଲେ। ଆଜି ଆଉ ଥରେ ୪୨୮୬ କୋଟି ଟଙ୍କାର ଦୁଇଟି ରେଳ ପ୍ରକଳ୍ପ ମଞ୍ଜୁର କରି ସେ ପ୍ରମାଣ କରିଛନ୍ତି ଯେ ଓଡିଶାର ବିକାଶ ପ୍ରତି ତାଙ୍କର ଅତୁଳନୀୟ ପ୍ରତିବଦ୍ଧତା ରହିଛି। ଏହାଦ୍ବାରା  ଓଡିଶାରେ ୭୨ ଲକ୍ଷ କର୍ମ ଦିବସ ସୃଷ୍ଟି ହେବ। ଯାହା ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ବ୍ୟାପକ ସୁଯୋଗ ଆଣିବ। ଓଡିଶାବାସୀଙ୍କ ପ୍ରତି ତାଙ୍କର ଅତୁଟ ସ୍ନେହ ଓ ଶ୍ରଦ୍ଧା ପାଇଁ ମୁଁ ସାରା ଓଡିଶାବାସୀଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଜଣାଉଛି।

ସୂଚନାଯୋଗ୍ୟ ଯେ ୨୦୦୯ ରୁ ୨୦୧୪ ମଧ୍ୟରେ ରେଳ ବଜେଟରେ ଓଡିଶାକୁ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କାର ପ୍ରାବଧାନ ହେଉଥିବା ବେଳେ କେବଳ ୨୦୨୪-୨୫ରେ ୧୦,୫୮୬ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। ଏହା ପୂର୍ବ ଅପେକ୍ଷା ୧୨.୫ ଗୁଣ ଅଧିକ।
ସେହିପରି ଓଡିଶାରେ  ୨୦୦୯ ରୁ ୨୦୧୪ ମଧ୍ୟରେ ବାର୍ଷିକ ମାତ୍ର ୫୩ କିଲୋମିଟର ନୂଆ ରେଲୱେ ଟ୍ରାକ୍‌ ନିର୍ମାଣ ହୋଇଥିବା ବେଳେ, ୨୦୧୪ ରୁ ୨୦୨୪ ମଧ୍ୟରେ ବର୍ଷକୁ ୧୮୩ କିଲୋମିଟର ନୂଆ ରେଲୱେ ଟ୍ରାକ୍‌ ନିର୍ମାଣ କରାଯାଇଛି । ଏହା ପୂର୍ବ ଅପେକ୍ଷା ତିନି ଗୁଣ ଅଟେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


 

Argus Whatsapp Channel Mobile Top
Sponsored
The Chief Minister | Argus News