Videos
|
Odisha

ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିର ପରିଦର୍ଶନ କରିଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago
ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିର ପରିଦର୍ଶନ କରିଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିର ପରିଦର୍ଶନ କରିବା ସହ ବୃନ୍ଦାବତୀ ନିବାସ ଶିବିରରେ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା ସହ ବ୍ରତଧାରୀ ମାନଙ୍କ ସହ ଆଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ଦେଇ ସ୍ବାଗତ କରିଛନ୍ତି ବ୍ରତଧାରୀ ହବିଷ୍ୟାଳୀ।

ମୁଖ୍ୟମନ୍ତ୍ରୀ ହବିଷ୍ୟାଳି ମାଆ ମାନଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି। ପ୍ରଦୀପ ପ୍ରଜ୍ୱଳନ ପରେ ଶିବିରରେ ମାଆ ମାନଙ୍କ ଆଗରେ ନିଜର କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଓ ସାଥିରେ ଉପସ୍ଥିତ ପୁରୀ ସାଂସଦ ସମ୍ବିତ ପାତ୍ର, ପୁରୀ ବିଧାୟକ ସୁନିଲ ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ,ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର। ଏହି ଅବସରରେ ମାଆ ମାନଙ୍କୁ ସାଲ୍, ଓ ଭୋଗ ଇତ୍ୟାଦି ସମ୍ବଳିତ ଏକ କିଟ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Chief Minister | Argus News