Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·2 min read
ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: 'ଉତ୍କର୍ଷ ଓଡିଶା : ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ପ୍ରାକ ପ୍ରସ୍ତୁତି । ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀଙ୍କ ସମେତ ବିଭାଗୀୟ ପ୍ରତିନିଧି ଦଳ ଯିବେ ଦିଲ୍ଲୀ । ୨୦୨୫ ଜାନୁଆରୀ ୨୮ ଏବଂ ୨୯ରେ ହେବାକୁ ଥିବା ଉତ୍କର୍ଷ ଓଡିଶା : ମେକ୍ ଇନ୍ ଓଡିଶାରେ ଯୋଗଦେବା ପାଇଁ ଶିଳ୍ପ ପତି ମାନଙ୍କୁ ଭେଟି କରିବେ ଆମନ୍ତ୍ରଣ । ୩ ତାରିଖରେ ନିବେଶକଙ୍କ ସହ କରିବେ ୱାନ ଟୁ ୱାନ ଆଲୋଚନା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ବିଭିନ୍ନ ଦେଶର ଆମ୍ବାସଡର, ହାଇ କମିଶନର, କନସଲ ଜେନେରାଲ, ଟ୍ରେ଼ଡ କମିଶନର ମାନଙ୍କ ସହ ହେବ ଆଲୋଚନା । ଆଉ ତାପରେ ବିଭିନ୍ନ ଶିଳ୍ପାନୁଷ୍ଠାନର ମୁଖ୍ୟ ମାନଙ୍କ ସହ ମୁଖ୍ୟମନ୍ତ୍ରୀ କରିବେ ୱାନ ଟୁ ୱାନ ଆଲୋଚନା । ଏହାସହ ଶିଳ୍ପ ବିଭାଗ ପକ୍ଷରୁ ରୋଡ ଶୋ ମଧ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।  

ଏହି ଆଲୋଚନା ବେଳେ ଆଇଟି, ଆଇଟିଇଏସ, ଫୁଡ ପ୍ରୋସେସିଂ, କେମିକାଲ, ପେଟ୍ରୋକେମିକାଲ, ପ୍ଲାଷ୍ଟିକ, ଟେକ୍ସଟାଇଲ, ରିନିୱେଲ ଏନର୍ଜି, ଗ୍ରୀନ ହାଇଡ୍ରୋଜେନ ଓ ଆମୋନିଆ, ଇଲେକଟ୍ରୋନିକ୍ସ ଡିଜାଇନ ଏବଂ ମାନୁଫେକ୍ଚରିଂ ଭଳି ସେକ୍ଟରର ଶିଳ୍ପ ମୁଖ୍ୟ ମାନଙ୍କ ସହ ଇନଭେଷ୍ଟର ମିଟ୍ ହେବ । ଓଡିଶାରେ ବିଜେପି ସରକାର ଆସିବା ପରେ ସୁଦୃଢ ହୋଇଛି ଶିଳ୍ପ ଇକୋ ସିଷ୍ଟମ । ଇଜ୍ ଅଫ ଡୁଇଂ ବିଜନେଶରେ ଆଗକୁ ଯାଉଛି ଓଡିଶା । ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ସୁଧାର ଆଣିବା ସହ ଆହୁରି ସରଳୀକରଣ କରାଯାଇଛି । ଓଡିଶାରେ ପୁଞ୍ଜିନିବେଶ କଲେ କଣ ଲାଭ ମିଳିବ, ସେ ନେଇ ନିବେଶକ ମାନଙ୍କୁ ଅବଗତ କରାଇବେ ରାଜ୍ୟ ସରକାର ।

ପୂର୍ବ ସରକାର ମେକ୍ ଇନ୍ ଓଡିଶା ନାଁରେ କେବଳ ବଡ ବଡ ଘୋଷଣା କରୁଥିଲା । ଏମଓୟୁରେ ବ୍ୟସ୍ତ ଥିଲା ପୂର୍ବ ବିଜେଡି ସରକାର । ଏମଓୟୁ କରୁଥିଲେ ସିନା, କିନ୍ତୁ ତାକୁ ପ୍ରଣୟନ କରୁନଥିଲେ। ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଇକୋ ସିଷ୍ଟମ ପ୍ରସ୍ତୁତ କରିବାରେ ନବୀନ ସରକାର ବିଫଳ ହୋଇଛି ।ବିଜେପି  ସରକାର କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛି ।ଏ ନେଇ ବିଭିନ୍ନ ଇସ୍ପାତ ଶିଳ୍ପ ସହ ଆଲୋଚନା ଚାଲିଛି ।  ତେବେ ପୂର୍ବରୁ ଇସ୍ପାତ ଶିଳ୍ପ ଘୋଷଣା କରି  ପ୍ରାୟୋଜିତ ଭାବେ କେନ୍ଦୁଝରରୁ ଲୋକ ଆଣି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାର ଆୟୋଜନ କରିଥିଲେ ବିଜେଡି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିପନ ଷ୍ଟିଲ ପାରାଦୀପରେ ୬୦ ହଜାର କୋଟିର ପୁଞ୍ଜିନିବେଶ କରିବାକୁ ଯାଉଛି । ଏଥିପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛି ବିଜେପି ସରକାର । ଜଗତସିଂହପୁର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଶିଳ୍ପ ବିଭାଗର ସହଯୋଗରେ ପ୍ରକଳ୍ପ କାମ ଆଗକୁ ବଢୁଛି । ସେହିପରି କେନ୍ଦ୍ରାପଡାରେ ମଧ୍ୟ ବଡ ପୁଞ୍ଜିନିବେଶ କରିବ ନିପନ ଷ୍ଟିଲ । ୧୦୦ ଦିନ ସରକାରରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଅନୁମୋଦନ ମିଳିଛି । ପ୍ରଥମ ବର୍ଷ ଟାର୍ଗେଟର ୯୦ ପ୍ରତିଶତ ପୁଞ୍ଜିନିବେଶ କେବଳ ୧୦୦ ଦିନ ଭିତରେ ହୋଇଛି । ୫ ବର୍ଷରେ ଅଢେଇ ଲକ୍ଷ ଟଙ୍କାର ପୁଞ୍ଜିନିବେଶର ଲକ୍ଷ୍ୟ ରଖିଛନ୍ତି ସରକାର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


 

Sponsored
The Chief Minister will | Argus News