Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଏଣିକି ଦୈନିକ ୨ ଘଣ୍ଟା ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଆଜିଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଶୁଣିବେ ଅଭିଯୋଗ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏପରି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀର ଦାୟିତ୍ବ ନେବା ପରେ ମୋହନ ମାଝୀ ସାଧାରଣ ଲୋକଙ୍କ ପାଖକୁ ଆସିବା ସହ ଲୋକଙ୍କ କଥା ବୁଝିଥିଲେ । ଏବଂ ଦାୟିତ୍ବ ନେବାର ଗୋଟିଏ ଦିନ ଭିତରେ ଶ୍ରୀମନ୍ଦିର ୪ ଦ୍ବାରା ଖୋଲିବାର ପଦକ୍ଷେପ ନେଇଥିଲେ, ଯାହା କାର୍ଯ୍ୟକାରୀ ମଧ୍ୟ ହୋଇଥିଲା ।

ଅଧିକ ପଢନ୍ତୁ : ରାଜ୍ୟ କାର୍ଯ୍ୟାଳୟରେ ଲୋକଙ୍କୁ ଭେଟି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ସେହିପରି ଭୁବନେଶ୍ବର ଡ୍ରେନ ସମସ୍ୟା ଉପରେ ମଧ୍ୟ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର । ଦୀର୍ଘ ୨୪ ବର୍ଷ ହେବ ଶାସନ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ କେବେ ଲୋକଙ୍କ ସହ ସିଧାସଳଖ କଥା ହୋଇନଥିଲେ । ଯେଉଁ କାରଣରୁ ଲୋକ ନିଜର ସମସ୍ୟାକୁ ମୁହଁ ଖୋଲି ମୁଖ୍ୟମନ୍ତ୍ରୀଙ୍କ ଆଘରେ କହି ପାରିନଥିଲେ । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ନିଜେ ଲୋକଙ୍କ ସହ ମିଶିବା ସହ ଲୋକଙ୍କ ସମସ୍ୟା ବୁଝିବା ପାଇଁ ପଦକ୍ଷେପ ନେଇଛନ୍ତି  । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister will hear complaints for 2 hours a day | Argus News