Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ

Odisha

ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ଅର୍ଗସ ବ୍ୟୁରୋ:  ଗତ 22 ବର୍ଷରେ ଓଡ଼ିଶାରେ ହୋଇଥିବା ମହିଳା ହିଂସାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ସିଏମ୍ କହିଲେ, ୨୨ ବର୍ଷ ଓଡ଼ିଶା ପାଇଁ ଥିଲା ବିରାଟ କାଳଖଣ୍ଡ । 2022 ମସିହା ସୁଦ୍ଧା ମହିଳା ହିଂସା ବିରୋଧରେ ଦଣ୍ଡ ବିଧାନ ହାର 9.73 ପ୍ରତିଶତ ଥିଲା, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ । ଏହା ଯୈକୌଣସି ମାନଦଣ୍ଡରେ ଗ୍ରହଣୀୟ ନୁହେଁ । ଏହାର କେବଳ ଦୁଇଟି ଅର୍ଥ ହୁଏତ ପୋଲିସର ତଦନ୍ତ ଠିକ୍ ସେ ହେଉନାହିଁ, କିମ୍ବା ତ୍ବରିତ ଦଣ୍ଡବିଧାନ ଲାଗି ବିଭାଗର ଆନ୍ତରିକତା ନାହିଁ । ଆମ ସରକାର ଏହାକୁ କୌଣସି ପ୍ରକାର ବରଦାସ୍ତ କରିବେ ନାହିଁ । ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ତ୍ବରିତ ନ୍ୟାୟ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ ।

ମହିଳାଙ୍କ ବିରୋଧରେ ଅସଦାଚରଣ ଓଡ଼ିଶାରେ ଅଧିକ । ଦିନ ହେଉକି ରାତି ଅଭିଯୋଗ ଶୁଣ । ଜନସାଧାରଣଙ୍କ ପୋଲିସ୍ ହେଉଛି ବନ୍ଧୁ । ଜନତାଙ୍କ ମଧ୍ୟରେ ପୋଲିସ୍ ବିଶ୍ବାସ ଆଣୁ । ସପ୍ତାହେ ଭିତରେ ପେଣ୍ଡିଂ କେସ୍ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସିଏମ୍ ଆହୁରି କହିଛନ୍ତି, ରାଜ୍ୟରେ ମାଓବାଦୀଙ୍କ ପ୍ରଭାବ ହ୍ରାସ ପାଉଛି ।... କେନ୍ଦ୍ର ସରକାରଙ୍କ ସହଭାଗିତାରେ ନକ୍ସଲମାନଙ୍କୁ ଓଡ଼ିଶାରୁ ନିପାତ କରିବା ଲାଗି ଆମ ସରକାର ଦୃଢ ସଙ୍କଳ୍ପବଦ୍ଧ । ପୋଲିସ୍ ବାହିନୀକୁ ସୁଦୃଢ କରିବା ଲାଗି ଆବଶ୍ୟକ ସରଞ୍ଜାମ, ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ, ଉପକରଣ, ଯାନବାହାନ ଯଥାଶୀଘ୍ର ସରକାର ଯୋଗାଇ ଦେବ  । ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ଆରକ୍ଷୀ ଅଧିକ୍ଷକ ମାନେ ମାଓବାଦୀ କାର୍ଯ୍ୟକଳାପ ରୋକିବା ଲାଗି ସଂକଳ୍ପବଦ୍ଧ ହେବାର ଆବଶକ୍ୟତା ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister's concern in the conference of District Collector and SP | Argus News