କୂଅରେ ପଡ଼ି ଶିଶୁ ମୃତ
·1 year ago

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଜରପଡା ଥାନା କୋରଡ଼ା ଗାଁରେ କୂଅରେ ପଡି ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ଜଣଙ୍କ ହେଲେ କାଳନ୍ଦୀ ସାହୁଙ୍କ ଦେଢ଼ବର୍ଷର ପୁଅ ଦିବ୍ୟରଞ୍ଜନ ସାହୁ। ଆଈ ସହିତ ବାଡ଼ିପଟକୁ ଯାଉଥିବା ବେଳେ ଶିଶୁଟି କୂଅରେ ପଡିଯାଇଥିଲା।
ଶିଶୁକୁ ପରିବାର ଲୋକେ ଉଦ୍ଧାର କରି କୋଶଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜରପଡା ପୋଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: