Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାତ ଛାଡିଦେଲେ ସନ୍ତାନ, ଆପଣେଇଲା ବୃଦ୍ଧା ଆଶ୍ରମ

Odisha

ହାତ ଛାଡିଦେଲେ ସନ୍ତାନ, ଆପଣେଇଲା ବୃଦ୍ଧା ଆଶ୍ରମ

Manini Pattanayak
Browse all articles by Manini Pattanayak
·1 year ago·2 min read
ହାତ ଛାଡିଦେଲେ ସନ୍ତାନ, ଆପଣେଇଲା ବୃଦ୍ଧା ଆଶ୍ରମ

ବାଲେଶ୍ୱର: ପରିଣତ ବୟସରେ ହାତ ଛାଡିଦେଲେ ସନ୍ତାନ। ଏବେ ଆପଣେଇଛି ବୁଦ୍ଧା ଆଶ୍ରମ। ଅପରିଚିତଙ୍କୁ ଆପଣାର କରି କଟି ଯାଉଛି ଜୀବନର ବାକି ଦିନ। ବାଲେଶ୍ବର ଅମୃତଧାରା ବୃଦ୍ଧାଶ୍ରମର 20 ଅନ୍ତେବାସୀଙ୍କ ଭିନ୍ନ କାହାଣୀ.। ସାହାର ନମାଗି ନିଜ ପିଲାଙ୍କ ଦୀର୍ଘାୟୁ କରୁଛନ୍ତି କାମନା। ଚାଲିଛି କ୍ୟାରମ୍ ଖେଳାକୁ ତାସ ଖେଳ । ଏହାରି ଭିତରେ କିଏ ଗୀତ ଗାଉଛି, ତ ଆଉ କିଏ ନାଚରେ ଗୁଲ୍ । ଆପଣ ଭାବୁଥିବେ ଏ ଦୃଶ୍ୟ, ଆଉ ଚିତ୍ର କଣ ପାଇଁ । ଆଉ ଆମେ ଦେଖାଉଥିବା ଏହି ଭିଜୁଆଲ ପଛର ଉଦ୍ଦେଶ୍ୟ କଣ । ଦୃଶ୍ୟକୁ ଦେଖିଲେ ଆପଣଙ୍କୁ ହିନ୍ଦୀ ଚଳଚିତ୍ର ମୁନ୍ନାଭାଇ MBBSର କ୍ୟାରମ୍‌ ବୋର୍ଡ଼ ସିନ୍‌ ମନେ ପଡି ଯାଉଥିବ । ଥର ଥର ହାତରେ ଚାଲିଛି କ୍ୟାରମ୍‌ ବୋର୍ଡ଼ରେ ଷ୍ଟ୍ରାଇକର ମାଡ଼ । ଗୋଟିଏ ପରେ ଗୋଟିଏ ଗୁଟି ଜିତିବାର ଖୁସି ସ୍ପଷ୍ଟ ବାରି ହୋଇପଡ଼ୁଛି ସୁରେନ୍ଦ୍ର ତରେଇଙ୍କ ମୁହଁରୁ । ସୁରେନ୍ଦ୍ର ପ୍ରତିରକ୍ଷା ବିଭାଗର ଚାନ୍ଦିପୁର ସ୍ଥିତ ପିଏକ୍ସଇରେ ଚାକିରି କରିଥିଲେ ।

୨୦୦୬ ମସିହାରେ ଅବସର ନେଲେ । ଦୁଇ ପୁଅ ଓ ଦୁଇ ଝିଅଙ୍କ ସହିତ ତାଙ୍କ ପରିବାର । ଚାକିରିରୁ ମିଳିଥିବା ଟଙ୍କାରେ ଦୁଇ ମହଲା କୋଠା କରିଦେଲେ । ଦୁଇ ଝିଅଙ୍କୁ ବାହା ମଧ୍ୟ ଦେଲେ । ହେଲେ ସ୍ତ୍ରୀଙ୍କ ଦେହାନ୍ତ ପରେ ସମସ୍ତଙ୍କ ପାଇଁ ପର ହୋଇଗଲେ ସୁରେନ୍ଦ୍ର । ଏବେ ପଛ କଥା ମନେ ପକାଇଲୋ ଆଖିରେ ଲୁହ ଭରି ଯାଉଛି । ଅଣ୍ଟାରେ ଟଙ୍କା ନାହିଁ । ସାହାରା ପାଇଁ ପରିବାର ନାହିଁ । ଏବେ ତାଙ୍କର ଏକମାତ୍ର ଭରସା ବୃଦ୍ଧାଶ୍ରମ । ସେହିପରି ଆଉ ଜଣେ ବୃଦ୍ଧ ହେଉଛନ୍ତି ବାଲେଶ୍ବର ଜିଲ୍ଲାର ପଞ୍ଚାନନ ପଣ୍ଡା। ବୟସ ୭୦ ବର୍ଷ। ରିକ୍ସା ଚଳାଇ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଦୁର୍ଘଟଣାରେ ଗୋଡ଼ ଅକାମୀ ହୋଇଯିବାରୁ ହାତ ଛାଡ଼ି ଦେଲା ପରିବାର। କେବଳ ଏଇ ଦୁଇ ଜଣଙ୍କର ଏ ଦୁଃଖଭରା କାହାଣୀ ନୁହେଁ । ଚାନ୍ଦମାରୀ ପଡ଼ିଆରେ ଥିବା ଅମୃତଧାରା ବୃଦ୍ଧାଶ୍ରମରେ ୨୦ ଜଣ ଅନ୍ତେବାସୀ ଅଛନ୍ତି । ଆଉ କେତେଜଣଙ୍କର ଏଇଠି ଦେହାନ୍ତ ହୋଇଗଲାଣି । ସମସ୍ତଙ୍କର ପରିସ୍ଥିତି ପ୍ରାୟ ସମାନ।


 ବୃଦ୍ଧାଶ୍ରମରେ ସକାଳୁ ଉଠିଲେ ଅନ୍ତେବାସୀମାନେ ଜଳଖିଆ ସାରି ପ୍ରାର୍ଥନା କରିଥାନ୍ତି । ତା’ପରେ ଆରମ୍ଭ ହୋଇଯାଏ ମନୋରଞ୍ଜନ । କିଏ ତାସପାଲିରେ ମଜ୍ଜି ଯାଆନ୍ତି, ତ’ ପୁଣି କିଏ ଲୁଡ଼ୁ ଖେଳରେ । କ୍ୟାରମ୍‌ ଷ୍ଟ୍ରାଇକର୍‌ ମାଡ଼ରେ କମ୍ପି ଉଠେ ବୃଦ୍ଧାଶ୍ରମର ପରିବେଶ । ଗୀତ ଶୁଣିବା, ଗୀତରେ ନାଚିବା ଓ ସମସ୍ତଙ୍କୁ ନଚେଇବା ଭଳି ପରିବେଶ ସୃଷ୍ଟି କରିଦିଅନ୍ତି ଯତ୍ନ ଦେବାକୁ ଥିବା ସହଯୋଗୀମାନେ । କିଏ କେଉଁଠୁ ଆସିଛନ୍ତି, କାହାର ପରିବାର କେମିତି ଥିଲେ, ସେକଥାକୁ ସମସ୍ତେ ଭୁଲି ଯାଆନ୍ତି । ଆଉ ପାଖରେ ପାଇଥିବା ଅନ୍ତେବାସୀ ମାନଙ୍କ ଭିତରେ ସମସ୍ତେ ଦେଖନ୍ତି ନିଜ ପରିବାରକୁ । ଏଠି ଦୁଃଖର ଲୁହ ପାଲଟି ଯାଏ ଆନନ୍ଦର ଅଶ୍ରୁ । ଥର ଥର ହାତକୁ ମିଳିଯାଏ ବାହୁବଳୀର ଶକ୍ତି । ସରି ଆସୁଥିବା ଜୀବନ ଭିତରେ ଏମାନେ ଖୋଜନ୍ତି ପୁଣି ଜୀଇଁବାର ଦିନ ସବୁ । ଅନ୍ତେବାସୀଙ୍କ ଖୁସିରେ ଖୁସି ପାଆନ୍ତି ପରିଚାଳକମାନେ । ନିଜର ବ୍ୟସ୍ତ ବହୁଳ ସମୟ ଭିତରୁ ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ଦେଖନ୍ତି ସେମାନେ ନିଜର ବାପା, ମା’ଙ୍କୁ । ଆଉ ସେଇଥିରେ ମିଳିଥାଏ ମନକୁ ଶାନ୍ତି, ହୃଦୟକୁ ଖୁସି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
The child gave up the hand at the age of maturity. | Argus News