Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କର୍ପସ ଫଣ୍ଡ ପ୍ରତିଶ୍ରୁତି ବି ପାଣିର ଗାର

Odisha

କର୍ପସ ଫଣ୍ଡ ପ୍ରତିଶ୍ରୁତି ବି ପାଣିର ଗାର

Manini Pattanayak
Browse all articles by Manini Pattanayak
·2 years ago·2 min read
କର୍ପସ ଫଣ୍ଡ ପ୍ରତିଶ୍ରୁତି ବି ପାଣିର ଗାର

ଭୁବନେଶ୍ୱର: ୨୦୧୩ରୁ ଚିଟଫଣ୍ଡ କମ୍ପାନୀ ବନ୍ଦ ହେଲା । ଚାହୁଁଚାହୁଁ ୧୧ ବର୍ଷ ବିତିଲାଣି । ହେଲେ ବିଜେଡି ସରକାରରେ ଟଙ୍କା ଫେରି ପାଇବାର ଆଶା କେବଳ ଆଶାରେ ହିଁ ରହିଥିଲା । ବାରମ୍ବାର ନବୀନ ସରକାର ଠାରୁ ମିଳିଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟି ଯାଇଥିବା ବେଳେ ଏବେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଚିଟଫଣ୍ଡକୁ ନେଇ ଆକ୍ସନ ଆରମ୍ଭ ହୋଇଛି । ଯେଉଁଥିପାଇଁ ହତାଶା ପରେ ଏବେ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି । 

2013ରୁ 2024 । ବିଜେଡି ସରକାର ବେଳେ ପ୍ରତାରଣାର ଚାବୁକ ଖାଇଥିବା ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀ ନିରାଶ, ହତାଶ ଓ ଉଦାସ ହୋଇ ପଡ଼ିଥିବା ବେଳେ ରାଜ୍ୟରେ ବିଜେପି ସରକାର ଆସୁଆସୁ ଟଙ୍କା ଫେରସ୍ତ ପାଇଁ ତତ୍ପରତା ଦେଖାଇଛନ୍ତି । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗିବା ସହ ପ୍ରଶାସନିକ ସ୍ତରରେ ଜୋରଦାର ଚାଲିଛି ପ୍ରକ୍ରିୟା। ...ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବା ପ୍ରକ୍ରିୟାକୁ ଆହୁରି ଅଧିକ ସରଳୀକରଣ କରାଯିବ। ନିଜ ନିଜ ଜିଲ୍ଲାରେ ଜମାକାରୀ କ୍ଷତିଗ୍ରସ୍ତ କିପରି ଟଙ୍କା ଫେରି ପାଇବେ ସେ ନେଇ ଅଧିକ ମାନବ ସମ୍ବଳ ବୃଦ୍ଧି ପାଇଁ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ବାଇଟ୍- ଉମାକାନ୍ତ ରାଜ, OPID କ୍ଷମତାସପନ୍ନ ଅଧିକାରୀ  ଯଦି ନୂଆନୂଆ ସରକାର ଆସୁଆସୁ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବା ପାଇଁ ଆକ୍ସନ ନେଇପାରୁଛନ୍ତି, ତେବେ କାହିଁକି ଚୁପ୍ ଥିଲେ ନବୀନ ସରକାର ତାହା ହିଁ ବର୍ତ୍ତମାନର ବଡ଼ ପ୍ରଶ୍ନ ।

ଦେଖିବାକୁ ଗଲେ ଚୋର ପୋଲିସ ହେଲେ ଲୋକଙ୍କୁ ନ୍ୟାୟ ମିଳିବା କଣ ସମ୍ଭବ ? ଚିଟଫଣ୍ଡର ପୃଷ୍ଠପୋଷକ ଥିଲା ବିଜେଡି । ତେଣୁ ଚିଟଫଣ୍ଡ ଫାଇଲ୍ ଖୋଲିଥାନ୍ତା କେମିତି ? ଚିଟଫଣ୍ଡ କାରବାରରେ ସେତେବେଳର ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ, ତତ୍କାଳୀନ ବିଜେଡି ସାଂସଦ ରାମଚନ୍ଦ୍ର ହାଂସଦା ପ୍ରମୁଖ ଗିରଫ ହୋଇଥିଲେ।  ତତ୍କାଳୀନ ସାଂସଦ ରବୀନ୍ଦ୍ର ଜେନା ଓ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଡାକି ଜେରା କରିଥିଲା । ସେଥିପାଇଁ ବୋଧେ ବିଜେଡିର ଚିଟଫଣ୍ଡ ପାଣ୍ଡୋରା ବକ୍ସ ଖୋଲିଯିବା ଭୟରେ ଚୁପ୍ ଥିଲା ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତା ନ ହୋଇଥିଲେ ୨୦୧୩ ଜୁଲାଇ ୧୩ରେ ଯେଉଁ ୩ ଶହ କୋଟିର କର୍ପସ ଫଣ୍ଡ ଗଠିତ ହୋଇଥିଲା, ତାର ସ୍ଥିତି କଣ ସେନେଇ ବି ଗତ ସରକାର ମୁହଁ ଖୋଲି ନ ଥିଲେ କାହିଁକି ? ପ୍ରଥମେ ଜୁଲାଇ ୯, ୨୦୧୩ରେ ଜଷ୍ଟିସ ଆର.କେ. ପାତ୍ର କମିଶନ ଓ ପରେ ଫେବୃଆରୀ ୫, ୨୦୧୫ରେ ଜଷ୍ଟିସ ଏମଏମ ଦାସଙ୍କ କମିଶନ ରିପୋର୍ଟ କୁଆଡ଼େ ଗଲା, କଣ ଆକ୍ସନ ହେଲା ସେକଥା ବି କାହାକୁ ଜଣା ନାହିଁ ।  କମିଶନଙ୍କ ପାଖକୁ ଦୁଇଟି ପର୍ଯ୍ୟାୟରେ ଆସିଥିଲା 17 ଲକ୍ଷ ଆବେଦନ । ତେଣୁ ହା ହତାଶରେ ଥିବା ଆବେଦନକାରୀଙ୍କୁ ମନରେ ଆଶା ଜାଗିଛି । ସେପଟେ ନିର୍ବାଚନ ପ୍ରଚାର ବେଳେ ଚିଟଫଣ୍ଡ୍ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ।  ୨୦୧୪ ନିର୍ବାଚନ ବେଳେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା ବିଜେଡି । କିନ୍ତୁ ଦଶ ବର୍ଷ ପରେ ଏବେ ବି ଚିନ୍ତାରେ କ୍ଷତିଗ୍ରସ୍ତ । ତେଣୁ ପ୍ରତିଶ୍ରୁତି ଅନୁସାରେ ବିଜେପିର ଆକ୍ସନ ସେମାନଙ୍କ ମଧ୍ୟରେ ନୂଆ ଏକ ଆଶା ସଞ୍ଚାର କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

Painting
Sponsored
The chit fund company was closed from 2013. 11 years have passed. But the hope of getting the money back in the BJD government was only in hope | Argus News