Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପବିତ୍ର ଶ୍ରୀରାମ ନବମୀ ପାଇଁ ଏବେ ଚଳଚଞ୍ଚଳ ଭଦ୍ରକ ସହର

Ritu Das
Browse all articles by Ritu Das
·2 years ago·2 min read
ପବିତ୍ର ଶ୍ରୀରାମ ନବମୀ ପାଇଁ ଏବେ ଚଳଚଞ୍ଚଳ ଭଦ୍ରକ ସହର

ଅର୍ଗସ ବ୍ୟୁରୋ: ପବିତ୍ର ଶ୍ରୀରାମ ନବମୀ ପାଇଁ ଏବେ ଚଳଚଞ୍ଚଳ ଭଦ୍ରକ ସହର । ପୁରାତନ ସଂସ୍କୃତି, ପରମ୍ପରା ଓ ଭାଇଚାରାର ସହର ଏବେ ଉତ୍ସବ ମୁଖର। ସ୍ଥାନୀୟ ଗାନ୍ଧିପଡିଆରେ ଚାଲିଛି ଧୂମଧାମରେ ପୂଜାର୍ଚ୍ଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ। ଗତକାଲି ଅଶୋକଷ୍ଟମୀରେ ପ୍ରଭୁ ଶ୍ରୀରାମଙ୍କ ମହାଯଜ୍ଞ ସହିତ ମାଙ୍କ ପାଖରେ ଚଣ୍ଡୀ ପାଠ କରାଯାଇଛି । ଦେଶବାସୀଙ୍କର  ମଙ୍ଗଳ କାମନା ପାଇଁ ବିଶ୍ୱଶାନ୍ତି  ମହାଯଜ୍ଞ ସହ ଚାଲିଛି ନଗର ସଂକୀର୍ତ୍ତନ।

ଭଦ୍ରକରେ ରାମନବମୀ ପରମ୍ପରା କାହିଁ କେଉଁ କାଳର। ପ୍ରତିବର୍ଷ ଭଳି ଏଥର ରାମନବମୀ ଉପଲକ୍ଷେ ଉତ୍ସବ ମୁଖର ଭଦ୍ରକ ସହର। ସହର ଓ ଆଖପାଖ ଅଞ୍ଚଳ ହୋଇଛି ଗେରୁଆ ମୟ। ମହୋତ୍ସବକୁ ଦିବ୍ୟ ଓ ଭବ୍ୟ କରିବାକୁ ହାତ ମିଳାଇଛନ୍ତି ବିଭିନ୍ନ ଯୁବ ସଂଗଠନ । ବଡ଼ ବଡ଼ ମେଢ଼ ନିର୍ମାଣ କରାଯାଇଛି। ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଶ୍ରୀରାମ ମଣ୍ଡପରେ ଚାଲିଛି ବିଶ୍ବଶାନ୍ତି ମହାଯଜ୍ଞ । ଅଶୋକାଷ୍ଟମୀରେ ରୀତିନୀତି ଅନୁଯାୟୀ ସକାଳେ ସୂର୍ଯ୍ୟ ପୂଜା, ଗୁରୁ ପୂଜା, ଧରିତ୍ରୀ ପୂଜା, କଳସ ଘଟ ପୂଜନ, ସକାଳ ଆଳତି କରାଯିବା ପରେ 108 ହନୁମାନ ଚାଳିଶା ପାଠ କରାଯାଇଥିଲା। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ପାଇଁ ଦିନସାରା ଲାଗିଥିଲା ଭକ୍ତଙ୍କର ଭିଡ଼। 

ଆଜି ଅନୁଷ୍ଠିତ ହେବ ନଗର ସଂକୀର୍ତ୍ତନ। ଏଥିରେ ଅଂଶଗ୍ରହଣ କରିବେ ବିଭିନ୍ନ ସ୍ଥାନରୁ ଆସିଥିବା 80ରୁ ଅଧିକ ସୁସଜ୍ଜିତ ଶ୍ରୀରାମ ମେଢ଼। ସ୍ଥାନୀୟ ନେହୁରୁ ଷ୍ଟାଡିୟମରୁ ବାହାରି 12 କିଲୋମିଟର ଧରି ସହର ପରିକ୍ରମା କରିବେ। ଏହାକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହେବ । ଏଥିପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ସହରର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯିବା ସହ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ସହରରେ ଅତିରିକ୍ତ ପୋଲିସ ମହାନିର୍ଦେଶକଙ୍କ ସହ ଆଇଜି, ଏସପିଙ୍କ ସମେତ 4 ଜଣ ଅତିରିକ୍ତ ଏସପି,  22 ଜଣ DSP, 29 ଜଣ ଇନ୍ସପେକ୍ଟର 140 ଜଣ  ASI/SI, 260 ଜଣ କନେଷ୍ଟବଳ, ହୋମଗାର୍ଡ ଓ ହାବିଲଦାର, 37 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସହରରେ ଡ୍ରୋନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଭଦ୍ରକ ସହରରେ ଶ୍ରୀରାମନବମୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଛି ପ୍ରଶାସନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Sponsored
The city of Bhadrak is now | Argus News