ଉପକୂଳବାସୀଙ୍କୁ ବାତ୍ୟା `ଦାନା'ର ଭୟ

ଅର୍ଗସ ବ୍ୟୁରୋ: ମାଡ଼ି ଆସୁଛି ବାତ୍ୟା '' ଦାନା '' ଆଶଙ୍କାରେ ଉପକୂଳବାସୀ। ମତ୍ସ୍ୟଜୀବୀଠାରୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ। କେମିତି କରିବେ ମୁକାବିଲା ତାହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଉପକୂଳବାସୀ ଚିନ୍ତାରେ।
ଠିକ ଅକ୍ଟୋବର ମାସରେ ଉପକୂଳବାସୀଙ୍କୁ ବାତ୍ୟାର ଭୟ ଥାଏ। ୧୯୯୯ ମସିହାରେ ମହାବାତ୍ୟା ,ହୁଡ଼ହୁଡ଼, ଫାଇଲିନ, ତିତିଲି, ୟାସ, ପରି ଦାନା ମଧ୍ୟ, ଭୟ ଆଶଙ୍କାରେ ରହିଛି ଲୋକେ ସୂଚନା ପାଇ ଗଭୀର ସମୁଦ୍ରରୁ କୂଳକୁ ଫେରିଆସୁଛନ୍ତି। ମତ୍ସ୍ୟଜୀବୀ ମାନେ ନିଜ ନିଜ ଜାଲ ଡଙ୍ଗାକୁ ସୁରକ୍ଷିତ ଭାବେ ନଦୀକୂଳ ଗଛରେ ବାନ୍ଧି ରଖିଛନ୍ତି। ଏପଟେ ଧାନ ଫସଲର ଅମଳ ସମୟ ଅନେକ ଚାଷୀଙ୍କର ଧାନ ଗଛରୁ ଧାନ ବାହାରି ପାଚିଲା ଅବସ୍ଥାରେ ଅଛି। ଯଦି ଏହି ସମୟରେ ବେଶି ଝଡ଼ ତୋଫାନ ହୁଏ ତାହାଲେ ଚାଷୀଙ୍କର ଧାନ ଫସଲ ଉଜୁଡ଼ିଯିବା ଆଶଙ୍କାରେ ଚାଷୀକୁଳ।
ଅନ୍ୟପକ୍ଷରେ ଏହି ଜିଲ୍ଲାର ଦୁର୍ଗମ ଉପକୂଳ ଅଞ୍ଚଳ ହେଉଛି, ଜମ୍ବୁ, ବତୀଘର, ଖରନାଶୀ, ରାମନଗର, ସୁନୀତି ଗୋଗୁଆ, ଲାଞ୍ଜୁଆ, ବଡ଼ିହ, ପରି ୮ଗୋଟି ପଞ୍ଚାୟତ ଏହି ପଞ୍ଚାୟତ ଠାରୁ ମାତ୍ର ୧କିଲୋମିଟର ହେଉଛି ବଙ୍ଗୋପସାଗର ମୁହାଣ। ଚାରିପଟେ ନଦୀ ଘେରା ଗାଁ ଗୁଡିକ ସବୁ ବାତ୍ୟା ସମୟରେ ବହୁ ଧନଜୀବନ ନଷ୍ଟ ହୁଏ।
ଏହି ପଞ୍ଚାୟତ ଗୁଡିକରେ ନିର୍ମାଣ ହୋଇଥିବା ଅନେକ ବାତ୍ୟାଆଶ୍ରୟସ୍ଥଳୀ ଗୁଡିକ ଭଗ୍ନ ଅବସ୍ଥାରେ ପଡ଼ି ରହିଛି ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ମରାମତି କରୁନାହାନ୍ତି। ପ୍ରଶାସନ ବିପଦମୁଖୀ ଆଶ୍ରୟସ୍ଥଳୀକୁ ବାତ୍ୟା ସମୟରେ ଆଶ୍ରୟ ନେବାକୁ ସୁରକ୍ଷିତ ମଣୁ ନାହାନ୍ତି ଲୋକେ।
📱 Get Argus News App
✨ଆଉ କେତେକ ଆଶ୍ରୟସ୍ଥଳୀ ଗୁଡିକ କିଛି ଲୋକଙ୍କ କବଜାରେ ରହିଛି ସେଠାରେ ନିଜ ମନମୁଖୀ ଭାବରେ ଗାଡ଼ି, ଆସବାବପତ୍ର ଆଦି ଜୋର ଜବରଦସ୍ତ ରଖୁଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାପ୍ରବଣ ଦୁର୍ଗମ ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ପରିଦର୍ଶନ କରି ବାତ୍ୟା ମୁକବିଲା ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ଦାବି ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର