Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ଭୋଟରଙ୍କ ପାଇଁ ରବିବାର ଖୋଲିଲା କଲେଜ

Jitendra Dash
Browse all articles by Jitendra Dash
·2 years ago·2 min read
ନୂଆ ଭୋଟରଙ୍କ ପାଇଁ ରବିବାର ଖୋଲିଲା କଲେଜ

ଅର୍ଗସ ବ୍ୟୁରୋ : ଖୋଲିଲା ନୂଆ 'ଓ' ଯୋଜନାର ଗୁମର । ନୂଆ ଭୋଟରଙ୍କ ପାଇଁ ରବିବାର ଖୋଲିଲା କଲେଜ । ହେଲା ଫର୍ମଫିଲପ । ଛାତ୍ରୀଙ୍କ ଠାରୁ ରଖିଲେ ଠଙ୍କା । ଏବଂ ଖୋଲିଲା ନୂଆ 'ଓ' ଯୋଜନା ରହସ୍ୟ । କେମିତି ମିଛ କହି ରାଜ୍ୟ ସରକାର କଲେଜ ଛାତ୍ରୀଙ୍କୁ ଠକୁଛନ୍ତି ତାହା ହେଖିବାକି ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବାଳିକା ମହାବିଦ୍ୟାଳୟରେ ।

ଆଗକୁ ଆସୁଛି ନିର୍ବାଚନ, ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡ଼ିର ପରାଜୟର ଭୟ ସେତେ ବଢୁଛି । କଣ କରିବେ କଣ କରିବେ ନାହିଁ କିଛି ଜାଣି ପାରୁ ନାହାନ୍ତି ରାଜ୍ୟର ମୁଖିଆ । ସେପଟେ ନିର୍ବାଚନକୁ ଆଖି ଆଗରେ ନୂଆ ଗେମ୍ ଖେଳିଛନ୍ତି ରାଜ୍ୟ ସରକାର । କଲେଜ ପିଲାଙ୍କ ଭୋଟ ହାତେଇବା ପାଇଁ ନୂଆ ଯୋଜନାର ଲୋଭ ଦେଖାଇଛନ୍ତି ରାଜ୍ୟ ସରକାର ।

ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ରାଜ୍ୟ ସରକାରଙ୍କ ମିଛ ପ୍ରହସନ ? ସାହାଯ୍ୟ କରିବା ନାରେ କଣ ପାଇଁ ଠକୁଛନ୍ତି ରାଜ୍ୟ ସରକାର ? ଯୋଜନା କଲେ ସଫଳ କଣ ପାଇଁ କରୁ ନାହାନ୍ତି ରାଜ୍ୟ ସରକାର । ନୂଆ 'ଓ' ଯୋଜନା ମାଧ୍ୟରେ +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଜଣାଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । କଲେଜର ୯୫% +୩ ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି । କିନ୍ତୁ ଏହି ଯୋଜନାରା ଦେଖିବାକୁ ମିଳିଛି ବ୍ୟାତିକ୍ରମ ।     

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଜ ସପକ୍ଷରେ ଭୋଟ ହାତେଇବାକୁ ସରକାର ବିଭିନ୍ନ ଯୋଜନା ଘୋଷଣା କରିଚାଲିଛନ୍ତି । କଲେଜର ନୂତନ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନୂଆ 'ଓ' ଯୋଜନାରେ କଲେଜ ପିଲାଙ୍କୁ ୧୦ ହଜାର ଟଙ୍କା ଛାତ୍ର ବୃତ୍ତି ନାରେ ଦିଆଯିବ । ମାତ୍ର ଏଥିପାଇଁ ପିଲାଙ୍କୁ ଫର୍ମ ବାବଦରେ ଦେବାକୁ ପଡୁଛି ଟଙ୍କା । ସରକାର ଏହି ଯୋଜନା ପାଇଁ କୌଣସି ଅର୍ଥ ଦେବାକୁ କହିନଥିବା ବେଳେ ପଟ୍ଟାମୁଣ୍ଡାଇ ବାଳିକା ମହାବିଦ୍ୟାଳୟରେ କିନ୍ତୁ ନିଆଯାଉଛି ଟଙ୍କା । ଯାହାକି ନେଇ ଅସନ୍ତୋଷ ପ୍ରକାଶ କରିଛଛନ୍ତି କଲେଜର ଛାତ୍ରଛତ୍ରୀ । 

ସେ ପୁଣି ରବିବାର ଛୁଟି ଦିନରେ ପିଲାଙ୍କୁ କଲେଜକୁ ଡାକି ଆଦାୟ କରାଯାଉଛି ଟଙ୍କା । ଯାହାର ପ୍ରମାଣ ଲାଗିଛି ଅର୍ଗସ ଟିଭି ହାତରେ । ଖୋଦ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଉପସ୍ଥିତରେ କଲେଜ କର୍ମଚାରୀ ମାନେ ଆଦାୟ କରୁଛନ୍ତି ଟଙ୍କା । କାଳେ ସତ କହିଦେଲେ ସେମାନଙ୍କୁ ଟଙ୍କା ମିଳିବ ନାହିଁ ସେଥିପାଇଁ କିଛି ପିଲା ଡରି ଅନିଚ୍ଛା ସତ୍ୱେ ଦେଉଛନ୍ତି ଟଙ୍କା । ଆଉ କିଛି ଖୋଲାଖୋଲି ଏହାକୁ ବିରୋଧ କରୁଛନ୍ତି । ଏବିଷୟରେ ଏଡ଼ିଏସଙ୍କୁ ପଚରିଲେ ସେ ମଧ୍ୟ ଟଙ୍କା ନେବା ବେନିୟମ ବୋଲି କହୁଛନ୍ତି । ସବୁ ଜାଣିସାରିଲା ପରେ ଏଭଳି କାମ କରୁଥିବା ଅଧ୍ୟକ୍ଷଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେବେ ଦେଖିବାକୁ ବାକି ରହିଲା ।
 

Sponsored
The college opened for new voters on Sunday | Argus News