Videos
|
Odisha

ରାଜ୍ୟ ସରକାରଙ୍କ "ନୂଆ ଓ" କାର୍ଯ୍ୟକ୍ରମ ପାଇଁ ବନ୍ଦ ହେଲା କଲେଜ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ସରକାରଙ୍କ "ନୂଆ ଓ" କାର୍ଯ୍ୟକ୍ରମ ପାଇଁ ବନ୍ଦ ହେଲା କଲେଜ

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ "ନୂଆ ଓ" କାର୍ଯ୍ୟକ୍ରମ ପାଇଁ ବନ୍ଦ ହେଲା କଲେଜ । ପ୍ରିନ୍ସିପାଲଙ୍କ ଧମକ ଚମକରେ "ନୂଆ ଓ" କାର୍ଯ୍ୟକ୍ରମରେ ସାମିଲ ହେଲେ ଛାତ୍ରଛାତ୍ରୀ । କହିଲେ, ଯିଏ ନ ଯିବ ସିଏ ହଇରାଣ ହବ ! ଏଭଳି ଘଟଣା ଦେଖିବାକୁ ମିଳିଛି ମାଁ ଝାଡେଶ୍ବରୀ ଡିଗ୍ରୀ କଲେଜ । ଗତ କଲି ସୋମବାର ଥିଲା, ସପ୍ତାହର ପ୍ରଥମ ଦିନ । ଏବଂ ରାଜ୍ୟ ସବୁ ସରକାରୀ ସ୍କଲ, କଲେଜ ଖୋଲା ଥିବା ବେଳେ । ଏ କଲେଜ ବନ୍ଦ ଅଛି । କଣ ପାଇଁ ବନ୍ଦ ଅଛଇ କିଛି ବୁଝା ପଡ଼ୁନି । କାରଣ ଖୋଜୁ ଖୋଜୁ ଜଣା ପଡ଼ିଥିଲା କି ? ରାଜ୍ୟ ସରକାରଙ୍କ "ନୂଆ ଓ" କାର୍ଯ୍ୟକ୍ରମ ପାଇଁ କଲେଜ ଛୁଟି କରିଦେଇଛନ୍ତି କଲେଜର ପ୍ରିନ୍ସିପାଲ । ସମ୍ବଲପୁର ମନ୍ଦଳିଆ ପଡିଆରେ "ନୂଆଁ ଓ" ଛାତ୍ର ବୃତ୍ତି ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । 

 

ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ରାଜ୍ୟ ସରକାର ନିଜ ସ୍ବାର୍ଥ ପାଇଁ ଛାତ୍ରଛାତ୍ରୀଙ୍କ ସହ ଖେଳ ଖେଳିଛନ୍ତି ? ନିଜର ପ୍ରଚାର ପ୍ରସାର କଲେଜକୁ କାହିଁକି କଲେ ପ୍ରଚାର ମଇଦାନ ? ନିଜର ପ୍ରଚାର ପାଇଁ କହିଁକି ବନ୍ଦ କଲେ ଜିଲ୍ଲାର ସମସ୍ତ କଲେଜ ? ଯୋଉଥି ପାଇଁ ଆଜି ଧମା ସ୍ଥିତ ମାଁ ଝାଡେଶ୍ବରୀ ଡିଗ୍ରୀ କଲେଜ ଅଚାନକ ଛୁଟି କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯୁକ୍ତ ୩ର ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବସ ଯୋଗ ସମ୍ବଲପୁର ଅଣାଯାଇ ରାଜ୍ୟ ସରକାରଙ୍କ "ନୂଆଁ ଓ" କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । କିଛି ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ଯିବା ପାଇ ବିରୋଧରେ କରିବାରୁ ପ୍ରିନ୍ସପାଲ ଧମକ ଚମକ ଦେଇ ଥିବା ଅଭିଯୋଗ ବି ହୋଇଛି । ପୂର୍ବରୁ କଲେଜ ଛୁଟି ହେବା ନେଇ ନୋଟିସ ମଧ୍ୟ ହୋଇନି । ଯାହା ଫଳେ କିଛି ଛାତ୍ରଛାତ୍ରୀ କଲେଜ ବନ୍ଦ ଥବାରୁ ହତାସ ହୋଇ ଫେରୁଥଇବା ଦେଖିବାକୁ ମିଳିଥିଲା ।