Videos
|
Odisha

ବଦଳିଲା ଲକ୍ଷ୍ମୀ ବସର ରଙ୍ଗ, ସବୁଜରୁ ହେଲା ଗେରୁଆ

Ritu Das
Browse all articles by Ritu Das
·2 years ago
ବଦଳିଲା ଲକ୍ଷ୍ମୀ ବସର ରଙ୍ଗ, ସବୁଜରୁ ହେଲା ଗେରୁଆ

ଅର୍ଗସ ବ୍ୟୁରୋ: ଲକ୍ଷ୍ମୀ ବସର ହେଲା ରୂପାନ୍ତରୀକଣ । ସବୁଜରୁ ଗେରୁଆ ହୋଇଛି ବସର ରଙ୍ଗ । ଢେଙ୍କାନାଳରେ ବସଷ୍ଚାଣ୍ଡରେ ଥିବା ୨୮ଟି ବସର ରଙ୍ଗ ବଦଳିଛି । 

ସରକାର ବଦଳିବା ପରେ ଏହି ବସ ସେବାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିଲା । ଏହାରି ଭିତରେ କିନ୍ତୁ ସେବା ଚାଲୁ ରହିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । ଏହାର ନାମ କିନ୍ତୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତ୍ତନ ହେବ ବୋଲି ସ୍ପଷ୍ଟ କରିଛନ୍ତି। କମ୍ ପଇସାରେ ପଞ୍ଚାୟତରୁ ସହରକୁ ଯୋଡ଼ିବା ପାଇଁ ତତ୍କାଳୀନ ନବୀନ ସରକାର ଏହି ବସ୍ ସେବାର ଶୁଭାରମ୍ଭ କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

The colour of | Argus News