Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭରତପୁର ଥାନା ନିର୍ଯାତନା ଘଟଣାର ସମୀକ୍ଷା କରିଛନ୍ତି କମିଶନ

Smruti Parija
Browse all articles by Smruti Parija
·1 year ago·1 min read
ଭରତପୁର ଥାନା ନିର୍ଯାତନା ଘଟଣାର ସମୀକ୍ଷା କରିଛନ୍ତି କମିଶନ

ଭୁବନେଶ୍ୱର: ଭରତପୁର ଥାନା ନିର୍ଯାତନା ଘଟଣାର ସମୀକ୍ଷା କରିଛନ୍ତି କମିଶନ । ଗୃହ ସଚିବ, ସ୍ବତନ୍ତ୍ର ସଚିବଙ୍କ ସହ କ୍ରାଇମବ୍ରାଞ୍ଚ୍ ଏଡିଜି ଓ ତଦନ୍ତକାରୀ ଅଧିକାରୀ ଯୋଗ ଦେଇଥିଲେ । ତଦନ୍ତ କେତେ ଦୂର ଆଗେଇଛି ସମୀକ୍ଷା କରିଛନ୍ତି କମିଶନ।  

ମାମଲାରେ ଗୃହ ସଚିବଙ୍କୁ କିଛି ପ୍ରଶାସନିକ ତଥ୍ୟ ମାଗିବା ସହ ଗୁରୁତ୍ବପୂର୍ଣ୍ଣ ଦିଗରେ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ଗୁଜରାଟ ଯାଇଥିବା ପୋଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ ସରିଛି । ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଓ ବ୍ରେନ୍ ମ୍ୟାପିଂ ସରିଛି । ମାମଲାକୁ ଗୁରୁତର ସହ ନେଇ ଶୀଘ୍ର ରିପୋର୍ଟ ଦେବାକୁ ଗୁଜୁରାଟ ଫରେନସିକ୍ ଟିମକୁ ଜଣାଯିବ । ଖୁବଶୀଘ୍ର ପୀଡିତାଙ୍କ 164 ବୟାନ ରେକର୍ଡ ହେବ । ମାମଲାର ସତ୍ୟପାଠ ଶୀଘ୍ର କମିଶନଙ୍କ ଆଗରେ ଦାଖଲ କରାଯିବ ।

ତଦନ୍ତ ପରେ ସତ୍ୟାସତ୍ୟ ବାହାରିଲେ ଆଇନ ଗତ ଆକ୍ସନ୍ ହେବ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସେପଟେ କମିଶନଙ୍କ ସଚିବ କହିଛନ୍ତି, ଆଡମିନିଷ୍ଟ୍ରେଟିଭ୍ ଗ୍ରାଉଣ୍ଡରେ କିଛି ତଥ୍ୟ ମଗାଯାଇଛି । 27  ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ପରେ ସ୍କୁଟିନ ହେବ । ପୋଲିସର ଫରେନସିକ୍ ରିପୋର୍ଟ ଆସିନଥିବା କହିଛନ୍ତି କମିଶନଙ୍କ ସଚିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
the-commission-has-reviewed-the-bharatpur-police-station-case | Argus News