Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତିନିପାହାଡ଼ି ଗ୍ୟାଙ୍ଗ ଧରିବାକୁ କମିଶନରେଟ ପୋଲିସ ତତ୍ପର

Ritu Das
Browse all articles by Ritu Das
·2 years ago·1 min read
ତିନିପାହାଡ଼ି ଗ୍ୟାଙ୍ଗ ଧରିବାକୁ କମିଶନରେଟ ପୋଲିସ ତତ୍ପର

ଅର୍ଗସ ବ୍ୟୁରୋ: ତିନପାହାଡ଼ି ଗ୍ୟାଙ୍ଗକୁ ଧରିବା ପାଇଁ ରାଜ୍ୟ ବାହାରେ ରେଡ କରିବ କମିଶନରେଟ ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏବେବି ଫେରାର ଥିବା ବେଳେ କାମ କରୁଥିବା ସାଇବର ଏକ୍ସପର୍ଟ ମଧ୍ୟ ଏବେବି ବାହାରେ ଲୁଚିଛନ୍ତି । ସେମାନଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । 
ଗୁଇନ୍ଦା ତଥ୍ୟ ପାଇବା କ୍ଷଣି ରାଜ୍ୟ ବାହାରକୁ ଯାଇ ଗ୍ୟାଙ୍ଗ ସଦସ୍ୟଙ୍କୁ ଉଠାଇବ ପୋଲିସ ।

ସେପଟେ ଗିରଫ ୮ ଅଭିଯୁକ୍ତଙ୍କୁ ଏକ ରୁ ଦୁଇ ଦିନ ଭିତରେ ରିମାଣ୍ଡ ରେ ଆଣାଯାଇ ଅଧିକ ତଥ୍ୟ ବାହାର କରିବ ପୋଲିସ । କାରଣ ଏହି ଗ୍ୟାଙ୍ଗ ଲୁଟ କରିବା ପରେ ସାଇବର ଏକ୍ସପର୍ଟ ଙ୍କ ସହାୟତରେ ୟୁପିଆଇ ଜରିଆରେ ୨୦ ଲକ୍ଷ ରୁ ଅଧିକ ଟଙ୍କା ଲୁଟିବା ନେଇ ଅଭିଯୋଗ ହୋଇଛି। ଗ୍ୟାଙ୍ଗର ସଦସ୍ୟଙ୍କୁ ଦରମା ଦେଇ ରଖିଥିଲା ମାଷ୍ଟରମାଇଣ୍ଡ । ଏଣୁ ଖୁବଶୀଘ୍ର ଅନ୍ୟ ରାଜ୍ୟ ପୋଲିସ ସହାୟତାରର ପୁରା ଗ୍ୟାଙ୍ଗକୁ ଠାବ କରାଯିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The commissionerate | Argus News