Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କଂଗ୍ରେସ ଅଫିସ ଭିତରେ କଂଗ୍ରେସ କର୍ମୀଙ୍କ ହଙ୍ଗମା

Odisha

କଂଗ୍ରେସ ଅଫିସ ଭିତରେ କଂଗ୍ରେସ କର୍ମୀଙ୍କ ହଙ୍ଗମା

Manini Pattanayak
Browse all articles by Manini Pattanayak
·2 years ago·2 min read
କଂଗ୍ରେସ ଅଫିସ ଭିତରେ କଂଗ୍ରେସ କର୍ମୀଙ୍କ ହଙ୍ଗମା

 ଭୁବନେଶ୍ୱର: କଂଗ୍ରେସ ଅଫିସ ଭିତରେ କଂଗ୍ରେସ କର୍ମୀଙ୍କ ହଙ୍ଗମା ଶରତ ପଟ୍ଟନାୟକଙ୍କ ଉପରକୁ କାଳି ମାଡ଼ । ରାଜ୍ୟ କାର୍ଯ୍ୟାଳୟରେ ନିଜ ଚାମ୍ବରରେ କାଳିରେ ଜୁଡୁବୁଡୁ ହେଲେ  ପିସିସି ସଭାପତି। ଦେଶରେ ବଢିଛି କଂଗ୍ରେସ, କିନ୍ତୁ ରାଜ୍ୟରେ ହେଉଛି ନିମ୍ନଗାମୀ । ପୁରଣା ରୋଗ କଂଗ୍ରେସକୁ କରିବ କି ଆହୁରି ଦୁର୍ବଳ। କଂଗ୍ରେସ ଭବନରେ ହାଇଡ୍ରାମା।  ଫିଲ୍ମ ଷ୍ଟାଇଲରେ ଆସିଲେ ପିସିସି ସଭାପତିଙ୍କୁ କାଳିରେ ଗାଧୋଇଦେଲେ। ସମୟ ପଖା ପାଖି  ୧୧ଟା ୨୦। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଚାମ୍ବରକୁ ପଶିଥିଲେ ୧୦ରୁ ଅଧିକ ଯୁବକ। ସଭାପତିଙ୍କୁ କାଳି ମାଡ଼ କଲେ ନାରା ଦେଲେ ଶରତ ପଟ୍ଟନାୟକ ଗୋ ବ୍ୟାକ ।

ଏମାନେ ବାହାରିବାର ମାତ୍ର କିଛି ସମୟ ପରେ  ଶରତଙ୍କ  ସମର୍ଥନରେ ବାହାରିଲେ କର୍ମୀ  ଶରତ କହିଲେ କାଳି ମାଡ଼ ହେଉ କି ଅଣ୍ଡା ମାଡ କାହାକୁ ଭ୍ରୁକ୍ଷେପ ନାହିଁ। ସଭାପତି  ସିନା କହିଲେ ଦୋଷୀଙ୍କୁ କ୍ଷମା କଲେ। କାଳି ମାଡ଼କୁ ଭ୍ରୁକ୍ଷେପ ନାହିଁ।  ହେଲେ ପିସିସି ପକ୍ଷରୁ କ୍ୟାପିଟାଲ ଥାନାରେ ଦିଆଗଲା ଏତଲା। ଏଥର ନିର୍ବାଚନରେ 9ରୁ 90 ଆସନ ଜିତିବାର ନାରା ଦେଇ ମଇଦାନକୁ ଓହ୍ଲାଇଥିଲେ କଂଗ୍ରେସ ନେତା.. ହେଲେ ଫଳ ଆସିବା ପରେ କିଛି ନେତା ଦଳ ସହ ବିଶ୍ବାସଘାତ କରିଥିବାର  ଅଭିଯୋଗ ଆଣିଥିଲେ ଖୋଦ ପ୍ରଭାରୀ... କଟକର ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ 6 ବର୍ଷ ପାଇଁ ବହିଷ୍କାର ପରେ ଦଳରେ ଟିକେଟ ବିକ୍ରିର ସଂଙ୍ଗୀନ ଅଭିଯୋଗ ଆଣିଥିଲେ ମାନସ.. ବଲାଙ୍ଗୀରରେ କଂଗ୍ରେସ ନେତା ଆକବର ଖାନା ବି ଟିକଟ ବିକ୍ରିର  ଆଣିଥିଲେ ଅଭିଯୋଗ।

 କଂଗ୍ରେସରେ କନ୍ଦଳ କିଛି ନୂଆ  ନୁହେଁ..କି କଂଗ୍ରେସ ଭବନରେ ହଙ୍ଗମା ବି ନୂଆ ନୁହେଁ। ନେତାଙ୍କ  ଭିତରେ ଗୋଷ୍କୀ କନ୍ଦଳ ଯୋଗୁ  ରାଜ୍ୟରେ ତଳକୁ ଖସୁଛି କଂଗ୍ରେସର ଗ୍ରାଫ। ଏଥର ନିର୍ବାଚନରେ ଦେଶରେ କଂଗ୍ରେସ ବଢିଥିବା ବେଳେ ରାଜ୍ୟରେ ତିନି ନମ୍ବର ସ୍ଥାନ ସହ ଦଳର ଭୋଟ ପ୍ରତିଶତ ବି କମିଛି। 2004 ମସିହାରେ 33 ପ୍ରତିଶତ ଭୋଟ ସହ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ 2009 ସାଧାରଣ ନିର୍ବାଚନରେ 29 ପ୍ରତିଶତ 2014ରେ 26 ପ୍ରତିଶତ ଓ 2019ରେ  16 ପ୍ରତିଶତ ଭୋଟ ପାଇଥିଲା। ଏଥର ସାଧାରଣ ନିର୍ବାଚନରେ ଭୋଟ ପ୍ରତିଶତ ପୁଣି ଖସି 13. 26ରେ ପହଁଞ୍ଚିଛି। ତେବେ ଦଳରେ ବଢୁଥିବା ଗୋଷ୍ଠୀ ବିବାଦ ଆଗକୁ କେଉଁ ମୋଡ ନେଉଛି ତା ଉପରେ ନଜର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored