Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଭିଯୋଗ ପ୍ରକୋଷ୍ଠରେ ଗହଳି, ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅଭିଯୋଗ ପ୍ରକୋଷ୍ଠରେ ଗହଳି, ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଅଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟିବେ ସମସ୍ୟl ଅବଗତ କରାଇବେ l ଆଉ ମୁଖ୍ୟମନ୍ତ୍ରୀ ଗୁହାରି ଶୁଣିବେ l  ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ଥାନରୁ ସହ ସହ ଅଭିଯୋଗକରି ଆସିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ l ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସକଳୁ ସକଳୁ ଲାଗିଛି ଗହଳି l ବିଭିନ୍ନ ବର୍ଗର ଲୋକ ବିଭିନ୍ନ ଅଭିଯୋଗ ନେଇ ଆସିଛନ୍ତି l ସକାଳ 8ଟାରୁ ପଞ୍ଜିକରଣ ଆରମ୍ଭ ହେଇଥିବା ଵେଳେ, 11ଟା ବେଳକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବେ ।

ଅଧିକ ପଢନ୍ତୁ : ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଲୋକମାନେ ଅଭିଯୋଗ ଶୁଣାଣି ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜ ନିଜର ପଞ୍ଜୀକରଣ କରି ଅଭିଯୋଗ ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ପ୍ରତି ସୋମବାର ଦିନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଭିନ୍ନକ୍ଷମ, ବୃଦ୍ଧଙ୍କ ପାଇଁ ସ୍ବତନ୍ତ୍ର ପଞ୍ଜିକରଣ ବ୍ୟବସ୍ଥା ହୋଇଛି। ବର୍ଷା ପାଇଁ ଟେଣ୍ଟ କରାଯାଇଛି। ପ୍ରଥମେ ପଞ୍ଜିକରଣ ହେବା ପରେ ପ୍ରତୀକ୍ଷା କକ୍ଷରେ ରହିବେ ସାଧାରଣ ଅଭିଯୋଗକାରୀ। ତାପରେ କ୍ରମାଙ୍କ ଅନୁଯାୟୀ ଜଣେ ଜଣେ କରି ଅଭିଯୋଗର ଶୁଣାଣି କରାଯିବ। ମୁଖ୍ୟମନ୍ତ୍ରୀ ନିଜେ ଶୁଣାଣି କରିବେ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The complaint room is crowded, the chief minister will hear the complaint today | Argus News