Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହଷ୍ଟେଲରେ ଡାଲି ବଦଳରେ ମିଳୁଛି ତେନ୍ତୁଳି ଚାରୁପାଣି

Odisha

ହଷ୍ଟେଲରେ ଡାଲି ବଦଳରେ ମିଳୁଛି ତେନ୍ତୁଳି ଚାରୁପାଣି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ହଷ୍ଟେଲରେ ଡାଲି ବଦଳରେ ମିଳୁଛି ତେନ୍ତୁଳି ଚାରୁପାଣି

Key Points

  • ହଷ୍ଟେଲରେ ଡାଲି ବଦଳରେ ମିଳୁଛି ତେନ୍ତୁଳି ଚାରୁପାଣି
  • ଜୋର ଜବରଦସ୍ତି କଟା ଯାଉଛି ଚୁଟି
  • ୯ ମାସରେ ଥରେ ମିଳୁଛି ତେଲ ଓ ସାବୁନ
  • ଅଭିଯୋଗ ଆଣିଲେ ହଷ୍ଟେଲର ଅନ୍ତେବାସୀ
     

ଅର୍ଗସ ବ୍ୟୁରୋ : ହଷ୍ଟେଲର ଅଭିଯୋଗ ନେଇ ୩ କିଲୋମିଟର ଚାଲିଚାଲି ଆସି ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ଅନ୍ତେବାସୀ. ହଷ୍ଟେଲରେ ସେମାନଙ୍କୁ ଅନେକ ପ୍ରକାର ଅତ୍ୟାଚାର କରାଯାଉଛି. ଛୁଟି ପରେ ବିଦ୍ୟାଳୟ ଖୋଲି ପ୍ରାୟ ୯ ମାସ ବିତିଯାଇଥିଲେ ମଧ୍ୟ ମାତ୍ର ଥରେ ତେଲ ସାବୁନ ଦିଆଯାଉଛି. ଡାଲି ବଦଳରେ ମିଳୁଛି ଚାରୁପାଣି. ୨୦୦ ପିଲାଥିବା ବେଳେ ମାତ୍ର ୪ ରୁ ୫ଟି ବାଥରୁମ ରହିଛି. ପ୍ରତିବାଦ ଆଣିଲେ ହଷ୍ଟେଲରୁ ବାହାର କରିଦେବାର ଧମକ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଅନ୍ତେବାସୀ . ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ ମହକୁମା ଆମ୍ବାଗୁଡ଼ା RSEWC ଉଚ୍ଚବିଦ୍ୟାଳୟ ରେ।      

 

ଜୋର ଜବରଦସ୍ତ ଚୁଟି କାଟିବାକୁ ବାଧ୍ୟ କରାଯାଉଛି. ଏବଂ ଜାତିଆଣ ମନୋଭାବ ରଖିବା ଭଳି ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି. ସେପଟେ ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁତି ଭୁଷଣ ରଥ . କେବଳ ବାଥରୁମ ଅବ୍ୟବସ୍ଥାକୁ ଛାଡି ବାକି ସବୁ ଅଭିଯୋଗ ମିଛି ବୋଲି କହିଛନ୍ତି ପ୍ରଧାନଶିକ୍ଷକ.ଜିଲାପାଳ ସ୍ଵଧାଦେବ ସିଂ  ସମସ୍ତ ଅଭିଯୋଗ ଶୁଣିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଅନ୍ତେବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
The complaint was filed by the inmates of the hostel | Argus News