Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୂର ହେବ ଦିବ୍ୟାଙ୍ଗଙ୍କ ଜଗା ଦର୍ଶନ ଚିନ୍ତା

Odisha

ଦୂର ହେବ ଦିବ୍ୟାଙ୍ଗଙ୍କ ଜଗା ଦର୍ଶନ ଚିନ୍ତା

Ritu Das
Browse all articles by Ritu Das
·2 years ago·1 min read
ଦୂର ହେବ ଦିବ୍ୟାଙ୍ଗଙ୍କ ଜଗା ଦର୍ଶନ ଚିନ୍ତା

ଅର୍ଗସ ବ୍ୟୁରୋ: ଦୂର ହେବ ଦିବ୍ୟାଙ୍ଗଙ୍କ ଜଗା ଦର୍ଶନ ଚିନ୍ତା । ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ଏଣିକି ସହଜ ହେବ। ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଆଜି ବସିଥିବା ଛତିଶାନିଯୋଗ ବୈଠକରେ ଦିବ୍ୟାଙ୍ଗ ଭକ୍ତଙ୍କର ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି। ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଅନଲାଇନରେ ନିଜ ନାମ ପଞ୍ଜୀକୃତ କରିବେ । ସେମାନଙ୍କୁ ପ୍ରଥମେ ହ୍ବିଲ୍ ଚେୟାରରେ ଉତ୍ତର ଦୁଆର ନିକଟକୁ ନିଆଯିବ। ସେଠାରୁ ସ୍ୱତନ୍ତ୍ର କାଠ ଚୌକି ଯୋଗେ ବାହକମାନେ ଘଣ୍ଟିଦ୍ୱାର ଦେଇ ଜୟବିଜୟ ଦ୍ୱାର ନିକଟକୁ ନେବେ, ସେଠାରେ ପ୍ରତିହାରୀ ସେବାୟତମାନେ ସେମାନଙ୍କୁ ଶ୍ରୀଜୀଉଙ୍କ ଦର୍ଶନ କରାଇବେ । 

ଗୋପାଳବଲ୍ଲଭଠାରୁ ସକାଳଧୂପ ସମୟ ମଧ୍ୟରେ ଦିବ୍ୟାଙ୍ଗ ଭକ୍ତମାନଙ୍କ ଦର୍ଶନ ପାଇଁ ସମୟ ରଖାଯାଇଛି। ତେବେ ନୀତି ଅନୁସାରେ ଏହି ଦର୍ଶନ ସମୟରେ ପରିବର୍ତ୍ତନ ହୋଇପାରେ। ଦିବ୍ୟାଙ୍ଗ ଭକ୍ତଙ୍କ ସହ ସେମାନଙ୍କ ପରିବାରର ଦୁଇଜଣ ସହଯୋଗୀ ଯାଇପାରିବେ । ଦୈନିକ ସର୍ବାଧିକ 20 ଜଣ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ। ଜଣେ ମାସକୁ ଗୋଟିଏ ଥର ଦର୍ଶନ କରିପାରିବେ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ରଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The concern of | Argus News