ଅଙ୍ଗନବାଡିର ଅବସ୍ଥା ଭୂତକୋଠି ସହ ସମାନ

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଦୁଧିଆଣି ପଞ୍ଚାୟତ ଶ୍ୟାମଚନ୍ଦ୍ରପୁର । ଗାଁ ଅଙ୍ଗନବାଡି ଅବସ୍ଥା ଭୂତକୋଠି ସହ ସମାନ। ଭଙ୍ଗା ଦଦରା ଘରେ ଗଢା ଯାାଉଛି ଶିଶୁଙ୍କ ଭବିଶ୍ୟତ। ଘର ଏମିତି ନା ତଳ ପଲସ୍ତରା ହେଇଛି ନା ଅଛି କଳା ପଡା ଏମିତିକି ଘରର କବାଟ ଝରକା ମଧ୍ୟ ନାହିଁ। ନା ଅଛି ରୋଶେଇଶାଳ ନା ଅଛି ଶୌଚାଳୟ। ମାତ୍ର ବିକଳ୍ପ ନଥିବାରୁ ଏହି ଭଙ୍ଗା ଦଦରା ଘରେ ଶିଶୁ ମାନଙ୍କ ଭବିଷ୍ୟତ ଗଢ଼ାଯାଉଛି।
ଶିମିଳିପାଳ ପାଦ ଦେଶରେ ରହିଛି ଶ୍ୟାମଚନ୍ଦ୍ରପୁର । ଗାଁରେ 95 ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି। ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ 2008/09 ମସିହାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଇଥିଲା। ଏବେ ଏହି ଅଙ୍ଗନବାଡିରେ ଶିଶୁଙ୍କ ସଂଖ୍ୟା 30 ରୁ ଅଧିକ। ମାତ୍ର ପ୍ରୟ ୧୫ ବର୍ଷ ହେବ ଏଭଳି ଦୁରାବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। ଏହାର ମରାମତି ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେବି କେହି ଦାବି ଶୁଣୁ ନଥିବା ଅଭିଯୋଗ ହୋଇଛି। ଦୀର୍ଘ ବର୍ଷ ହେବ ବିପନ ସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। ଏହାର ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇଛି । ମାତ୍ର ପ୍ରଶାସନିକ ଅବହେଳା ପାଇଁ ଏହାର ବିନିଯୋଗ ହୋଇ ପାରନି। ନାହିଁ ନାହିଁରେ ଅଙ୍ଗନବାଡି । ନା ଅଛି ଭିତ୍ତିଭୂମି ନା ଅଛି ମୌଳିକ ସୁବିଧାର ବ୍ୟବସ୍ଥା। ଆଉ ଏହି ନାହିଁରେ ଗଢା ହେଉଛି ଆଗାମି ଭବିଶ୍ୟତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: