Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୀରାକୁଦରେ ଝାଡ଼ାବାନ୍ତି ପରିସ୍ଥିତି ଅଣାୟତ୍ତ

Manini Pattanayak
Browse all articles by Manini Pattanayak
·2 years ago·2 min read
ହୀରାକୁଦରେ ଝାଡ଼ାବାନ୍ତି ପରିସ୍ଥିତି ଅଣାୟତ୍ତ

ସମମ୍ବଲପୁର:  ହୀରାକୁଦରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ । ଗଲାଣି 3 ଜୀବନ, 190ରୁ ଅଧିକ ଆକ୍ରାନ୍ତ। ଦୂଷିତ ପାଣି ଯୋଗୁଁ ଡାଇରିଆ ସାଜିଛି କାଳ। ପ୍ରଚାରରେ ସୀମିତ `ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍' ଯୋଜନାରେ ଶୁଦ୍ଧ ପାନୀୟ ଜଳ। ରାଜ୍ୟବାସୀଙ୍କୁ ମରଣ ମୁହଁକୁ ଠେଲୁଛନ୍ତି ବିଜେଡି ସରକାର। ରୂପାନ୍ତରଣ ନେଇ ପ୍ରଶ୍ନ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ବିଜେଡି ସରକାରଙ୍କ ଅପରଗତାରୁ ଆଉ କେତେ ଜୀବନ ଯିବ। ହୀରାକୁଦରେ ଝାଡାବାନ୍ତିରେ ମୃତକଙ୍କ ସଂଖ୍ୟା 3ରେ ପହଞ୍ଚିଛି। ବୁର୍ଲା ଭିମସାର ଚିକିତ୍ସିତ ଅବସ୍ଥାରେ ନ୍ୟୁ ମାର୍କେଟ ପଡାର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସେପେଟ ଆକ୍ରନ୍ତଙ୍କ ସଂଖ୍ୟା 200 ପାଖାପାଖି ପହଞ୍ଚିଲାଣି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଡାକ୍ତର ଟିମ ସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ଵର ଫେରିବା ପରେ ବି କୌଣସି ଫରକ ପଡ଼ିନି। ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି। ସେପଟେ ଓଡ଼ିଶା ମାନବାଧିକାର ଆୟୋଗଙ୍କ ପାଖରେ ପହଞ୍ଚିଛି ମାମଲା। ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ବିଫଳତା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଆବେଦନକାରୀ। ସରକାର ବିଶୁଦ୍ଧ ପାଣି ଯୋଗାଣ ନାରେ ଚୁଟି, ପୋକ ଓ ଆର୍ବଜନା ମିଶିଥିବା ପାଣି ଦେଖାଇ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଘେରିଛନ୍ତି କାଲୁପଡା ବାସୀ । ଲୋକଙ୍କ ଆକ୍ରୋଶ ଦେଖି ଚିନ୍ତାରେ ବିଜେଡି। ଦଳର ମୁହଁ ବଞ୍ଚାଇବାକୁ ଝାଡାବାନ୍ତି ବ୍ୟାପିବାର ସପ୍ତାହେ ପରେ ଜିଲ୍ଲା ଯୁବ ବିଜେଡି ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇ ସ୍ଥିତିରେ ସୁଧାର ଆଣିବାକୁ ନିବେଦନ କରିଛନ୍ତି। 

ଜଳ ଜୀବନ ମିଶନରେ 2019ରୁ 2024 ଜାନୁଆରୀ ସୁଦ୍ଦା କେନ୍ଦ୍ର ସରକାର ରାଜ୍ୟକୁ 6289 କୋଟି 41 ଲକ୍ଷ ଟଙ୍କା ଦେଇଛନ୍ତି। ଏ ହେଉଛଇ ବର୍ଷ ୱାରୀ ହିସାବ। ଏଥିରୁ 138 କୋଟି ଖର୍ଚ୍ଚ ହୋଇପାରିନି । ସେହିପରି ରାଜ୍ୟ  ସରକାର ମଧ୍ୟ ନିଜ ଅଂଶ ବାବଦରେ 6161 କୋଟି ଦେଇଛନ୍ତି॥  ଏଥିରୁ ବି 67 କୋଟି ଖର୍ଚ୍ଚ ହୋଇନି। ଏହାବାଦ ଗ୍ରାମାଞ୍ଚଳରେ ପିଇବା ପାଣି ପାଇଁ ସରକାର 5 ବର୍ଷ ଭିତରେ 15770 କୋଟି ଖର୍ଚ୍ଚ କରିଛନ୍ତି ବୋଲି ବିଧାନସଭାରେ କହିଛନ୍ତି॥

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଶ୍ନ ଯଦି ଶୁଦ୍ଦ ପିଇବା ପାଣି ପାଇଁ ହଜାର ହଜାର କୋଟି ଖର୍ଚ୍ଚ ହେଉଛି ତେବେ କାହିଁକି ଲୋକେ ଦୁଷିତ ପାଣି ପିଇ ଡାଇରିଆରେ ପଡୁଛନ୍ତି? କିଛି ଦିନ ତଳେ ରାଉରକେଲାରେ ହଇଜା ବ୍ୟାପି 17 ଲୋକଙ୍କ ଜୀବନ ଯାଇଥିଲା । ରାଜ୍ୟ ସରକାର ସହର ଗୁଡ଼ିକରେ ଡିଙ୍କ ଫ୍ରମ୍ ଟ୍ୟାପ ଯୋଜନାରେ ଲୋକଙ୍କୁ ଶୁଦ୍ଧ ପିଇବା ପାଣି ଦେଉଥିବା ପ୍ରଚାର କରୁଛନ୍ତି । ହେଲେ ହୀରାକୁଦରେ ଡାଇରିଆ ବିଜେଡି ସରକାରଙ୍କ ଏ ପ୍ରଚାରର ଖୋଲିଛି ପୋଲ୍। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored