Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝାରମୁଣ୍ଡା - ବୌଦ୍ଧ ରେଳ ସେକ୍ସନ ନିର୍ମାଣ କାର୍ଯ୍ୟ ଶେଷ

Rashmita Mishra
Browse all articles by Rashmita Mishra
·1 year ago·1 min read
ଝାରମୁଣ୍ଡା - ବୌଦ୍ଧ ରେଳ ସେକ୍ସନ ନିର୍ମାଣ କାର୍ଯ୍ୟ ଶେଷ

ଅର୍ଗସ ବ୍ୟୁରୋ:  ଆଉ ଏକ ମାଇଲ ଖୁଣ୍ଟ ହାସଲ କଲା ପୂର୍ବତଟ ରେଳପଥ ।  ବୌଦ୍ଧ କୁ ଗଡ଼ିଲା ପରୀକ୍ଷଣ ଟ୍ରେନ ଇଞ୍ଜିନ । ୧୬.୨୭ କିମି ଲମ୍ବର ଝାରମୁଣ୍ଡା - ବୌଦ୍ଧ ରେଳ ସେକ୍ସନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୩୦୧ କିମି ଦୈର୍ଘ୍ୟ ନିର୍ମାଣାଧୀନ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଆଜି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ।  ୨୯.୭୫ କିମି ଦୈର୍ଘ୍ୟ ସୋନପୁର-ପୁରୁଣାପାଣି-ଝରମୁଣ୍ଡା ମଧ୍ୟରେ ଥିବା ରେଳ ସେକ୍ସନ ମଧ୍ୟ ପୂର୍ବରୁ ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା କିଛି ଦିନ ପୂର୍ବରୁ ନିରୀକ୍ଷଣ କରାଯାଇଥିଲା । 

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମୋଟ ୩୦୧ କିଲୋମିଟର ମଧ୍ୟରୁ ୧୮୩ କିଲୋମିଟର ରେଳ ଲାଇନ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି । ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ସୁନିଶ୍ଚିତ କରିବାକୁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ଲାଇନ ନିର୍ମାଣ କରୁଛି । ଅଦ୍ୟାବଧି ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିଲୋମିଟର ଏବଂ ବଲାଙ୍ଗୀରରୁ ଝରମୁଣ୍ଡା ପର୍ଯ୍ୟନ୍ତ ୭୭ କିଲୋମିଟର ରେଳ ମାର୍ଗ କାର୍ଯ୍ୟକ୍ଷମ ହୋଇଛି। ଏହା ବ୍ୟତୀତ ଝରମୁଣ୍ଡା ଠାରୁ ବୌଦ୍ଧ ପର୍ଯ୍ୟନ୍ତ ୧୬.୨୭ କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗର ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି । ପ୍ରାୟ ୨୭ କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ ବୌଦ୍ଧ ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଏହି ରେଳ ସେକ୍ସନ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The construction of Jharmunda-Boudh railway section has been completed | Argus News