Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିବାଦରେ ନବୀନ ନିବାସ ଓ ଶଙ୍ଖଭବନର ନିର୍ମାଣ କାର୍ଯ୍ୟ

Odisha

ବିବାଦରେ ନବୀନ ନିବାସ ଓ ଶଙ୍ଖଭବନର ନିର୍ମାଣ କାର୍ଯ୍ୟ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିବାଦରେ ନବୀନ ନିବାସ ଓ ଶଙ୍ଖଭବନର ନିର୍ମାଣ କାର୍ଯ୍ୟ

ଅର୍ଗସ ବ୍ୟୁରୋ: ବିବାଦର ଦୋଛକି ନବୀନ ନିବାସ ଓ ଶଙ୍ଖଭବନର ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାରଙ୍କ ଉପରେ ସିଧାସିଧା ହମଲା କଲେ ବିଗତ ଦିନର ବିଜେଡିର ପାୱାର କରିଡରର ପାୱାରଫୁଲ ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କ ନିଶାନାରେ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ନବୀନ ନିବାସର ପ୍ରାଇଭେଟ ଜମି ଉପରେ ହୋଇଥିବା ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ । ଆଉ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ତର ମଧ୍ୟ ମାଗିଛନ୍ତି । ଆଉ ଏହି ନିର୍ମାଣ କାମରେ ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟରୁ ଟଙ୍କା ବ୍ୟବହାର ହୋଇଛି କି ନାହିଁ ଏହା ସ୍ପଷ୍ଟ କରିବାକୁ ସେ କହିଛନ୍ତି ।  ପ୍ରଦୀପ କେବଳ ନବୀନ ନିବାସ କଥା କହିନାହାନ୍ତି ବରଂ ଶଙ୍ଖଭବନର ନିର୍ମାଣ କେମିତି ହେଲା ଓ କେଉଁ ଅର୍ଥରେ ହେଲା ବୋଲି ପ୍ରଶ୍ନ କରିଛନ୍ତି । ପରୋକ୍ଷରେ ପିସି ପଇଷାରେ ଠିକାଦାରଙ୍କ ମାଧ୍ୟମରେ ଏପରି ନିର୍ମାଣ ହୋଇଥିବାର ଅଙ୍ଗୁଳି ଉଠାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେଡିର ଗର୍ଭଗୃହ ଉପରେ ପ୍ରଦୀପ ପାଣିଗ୍ରାହୀଙ୍କ ଏମିତି ହମଲା ଏବେ ବିଜେଡିକୁ ଅଡୁଆରେ ପକାଇ ଦେଇଛି । ସେପଟେ ଏନେଇ ବିଜେଡି ନେତାଙ୍କୁ ପ୍ରଶ୍ନ କଲେ ଜବାବ ଦେଇ ପାରୁନାହାନ୍ତି ଦଳର ନେତା ।

ଗୋପାଳପୁର କାର୍ଯ୍ୟକ୍ରମରେ 5ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସଭାରେ ଛାତ୍ରଛାତ୍ରୀ ମାନେ  ପକାଉଛନ୍ତି ଜୟଶ୍ରୀରାମ ନାରା । ଆଉ ସଭାରେ ହଟାହଟା ହୋଇଛନ୍ତି ଖୋଦ୍ ଭି.କେ.ପାଣ୍ଡିଆନ୍ । ଆଉ ଯାହାକୁ କଟାକ୍ଷ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ କହିଛନ୍ତି ଜୟଶ୍ରୀରାମ ନାରା ଦେଖି ବାୟା ହୋଇଯାଇଛନ୍ତି ସାନଭାଇ । ଆଉ ଜୟଶ୍ରୀରାମ ନାରା ପକାଇଥିବା ଛାତ୍ରଛାତ୍ରୀଙ୍କୁ ସାଲ୍ୟୁଟ ମାରିଛନ୍ତି ପ୍ରଦୀପ । ଆଉ ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଦଳରୁ କାହିଁକି ଇସ୍ତଫା ଦେଲେ ବୋଲି ସେ ପ୍ରଶ୍ନ କରିବା ସହ ଆଗକୁ ଓଡିଶାରେ ଅରେଞ୍ଜ ସୁନାମି ଆସୁଛି ବୋଲି ସେ କହିଛନ୍ତି ।

ଆଗକୁ 2024 ନିର୍ବାଚନ ଥିବା ବେଳେ ଏବେ ଜୟଶ୍ରୀରାମ ନାରାର କଥା କହି ବିଜେଡିକୁ ଟାର୍ଗେଟ କରିଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତର ଆଗକୁ ବିଜେଡି ଦେବେ କି ? ଏହା ଉପରେ ଏବେ ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
The construction of Naveen residence and Shankh Bhavan is in dispute | Argus News