ଗାଁ ଗାଁରେ ବୁଲୁଥିବା ଅର୍ପଣ ରଥକୁ ନେଇ ତେଜୁଛି ବିବାଦ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଗାଆଁ ଗାଆଁରେ ବୁଲୁଥିବା ଅର୍ପଣ ରଥକୁ ନେଇ ତେଜୁଛି ବିବାଦ । ଭଗବାନଙ୍କୁ ନେଇ ଶସ୍ତା ରାଜନୀତି କରୁଛନ୍ତି ବିଜେଡି କର୍ମୀ। ତେବେ ଜଗନ୍ନାଥଙ୍କ ନାଆଁରେ ନିଜ ରାଜନୈତିକ ଉଦ୍ଦେଶ୍ୟ ସାଧନ କରୁଛି କି ବିଜେଡି ସରକାର ! ଧର୍ମର ପ୍ରଚାର କରାଯାଉଛି ନା ଧର୍ମକୁ ନିଜ ନିୟନ୍ତ୍ରଣରେ ଆଣି ଧର୍ମକୁ ସଙ୍କୁଚିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ। ଅର୍ପଣ ଅର୍ଥାତ୍ ଭକ୍ତଟିଏ ନିଜ ସ୍ଵଇଚ୍ଛାରେ କିଛି ଭକ୍ତି ନୈବେଦ୍ୟ ବା ନୈବେଦ୍ୟ ଅର୍ପଣ କରିଥାଏ କିନ୍ତୁ ଜଗନ୍ନାଥଙ୍କ ନାଁରେ ଘର ଘର ବୁଲି ଭିକ୍ଷା ମାଗିବାକୁ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ।
ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଅଟୋରେ ବୁଲେଇବା, ଜଗନ୍ନାଥଙ୍କ ମୁରୁଜକୁ ଗାଡ଼ି ଚଢ଼େଇଦେବା ବା ଜଗନ୍ନାଥଙ୍କୁ ଅଳିଆ ଗଦାରେ ପକାଇବା ଭଳି ଘଟଣାକୁ କାହିଁକି ପ୍ରଶୟ ଦେଉଛନ୍ତି ରାଜ୍ୟ ସରକାର ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକୁ ଆତ୍ମପ୍ରଚାର ବୋଲି କହିଛନ୍ତି ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ। ଅନ୍ୟପଟରେ ଘୋଷଯାତ୍ରା ପରେ ମହାପ୍ରଭୁଙ୍କ ରଥର ଅଂଶ ବିଶେଷକୁ ଯେଉଁଭଳି ଭାବରେ ସଂରକ୍ଷିତ କରାଯାଇଥାଏ ଅର୍ପଣ ରଥ ନାମରେ ବୁଲୁଥିବା ଗାଡ଼ି ଗୁଡ଼ିକ ସେଇଭଳି ଭାବରେ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରିବାକୁ ଦିଆଯିବନି ନା ଯେଉଁ ଗାଡ଼ିକୁ ରଥର ନାମ ଦେଇ ମହାପ୍ରଭୁଙ୍କୁ ଘର ଘର ବୁଲା ଯାଉଛି ସେ ଗାଡ଼ି ଗୁଡ଼ିକୁ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯିବ ତାହା ସ୍ପଷ୍ଟ କରାଯାଉ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଶ୍ନ କରିଛନ୍ତି। ଧର୍ମ ନାଁରେ ଲୋକଙ୍କୁ ଏହା ଏକପ୍ରକାର ବ୍ଲାକ ମେଲିଂ କହିବା ସହ ଭଗବାନ ଉଚିତ୍ ଶିକ୍ଷା ଦିଅନ୍ତୁ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର