Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଜେଡି ନେତାଙ୍କ ଲୁଙ୍ଗି ପିନ୍ଧାକୁ ନେଇ ବିବାଦ, କାହିଁକି ଦକ୍ଷିଣୀ ଷ୍ଟାଇଲ ବୋଲି ଉଠିଛି ପ୍ରଶ୍ନ...

Odisha

ବିଜେଡି ନେତାଙ୍କ ଲୁଙ୍ଗି ପିନ୍ଧାକୁ ନେଇ ବିବାଦ, କାହିଁକି ଦକ୍ଷିଣୀ ଷ୍ଟାଇଲ ବୋଲି ଉଠିଛି ପ୍ରଶ୍ନ...

Swayangprajna Mishra
Browse all articles by Swayangprajna Mishra
·2 years ago·3 min read
ବିଜେଡି ନେତାଙ୍କ ଲୁଙ୍ଗି ପିନ୍ଧାକୁ ନେଇ ବିବାଦ, କାହିଁକି ଦକ୍ଷିଣୀ ଷ୍ଟାଇଲ ବୋଲି ଉଠିଛି ପ୍ରଶ୍ନ...

Key Points

  • ବିଜେଡି ନେତାଙ୍କ ଦକ୍ଷିଣୀ ଷ୍ଟାଇଲ୍ ଲୁଙ୍ଗି ପିନ୍ଧାକୁ ନେଇ ବିବାଦ
  • ପ୍ରଥମେ ଲୁଙ୍ଗି ପିନ୍ଧି କ୍ୟାମେରା ସାମ୍ନାକୁ ଆସିଲେ ବିଜେଡି ସୁପ୍ରିମୋ ଓ ମୁଖପାତ୍ର 
  • ପରେ ଦକ୍ଷିଣୀ ଷ୍ଟାଇଲରେ ଲୁଙ୍ଗି ପିନ୍ଧି ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ନେତା
  • ବିଜେଡି ଉତ୍ତରାଧିକାରୀଙ୍କୁ ଖୁସି କରିବାକୁ ଉଦ୍ଦିଷ୍ଟ କି ବିଜେଡିର ଲୁଙ୍ଗି ପିନ୍ଧା ଅଭିଯାନ ?
  • ଶାସକ ଦଳକୁ ଗ୍ରାସିଛି କି କଳାପାହାଡ଼ିଆ ମାନସିକତା ?
  • ମୁଷ୍ଟିମେୟ ବିଜେଡି ନେତାଙ୍କ କ୍ରୀତଦାସ ମାନସିକତାର ଦେଉଛି କି ପରିଚୟ ?
  • ଜଗନ୍ନାଥ ସଂସ୍କୃତି ଉପରେ ଆକ୍ରମଣ ପାଇଁ କରାଯାଇଛି କି ଯୋଜନା ବଦ୍ଧ ଷଡ଼ଯନ୍ତ୍ର ?

 ଅର୍ଗସ ବ୍ୟୁରୋ : ନିର୍ବାଚନ ପାଇଁ ନାମାଙ୍କନ ଭରିବାକୁ ପାଟ ପଟୁଆରରେ ଯାଉଛନ୍ତି ବିଜେଡି ନେତା। ଶୋଭାଯାତ୍ରାରେ ଯାଉଥିବା ଏ ନେତା ହେଉଛନ୍ତି ମାଲକାନଗିରିର ପୂର୍ବତନ ବିଧାୟକ ତଥା ଏଥର ବିଜେଡି ବିଧାୟକ ପ୍ରାର୍ଥୀ ମାନସ ମାଡ଼କାମୀ। କିନ୍ତୁ ଦେଖନ୍ତୁ ଏ ବିଜେଡି ନେତାଙ୍କର ବେଶଭୂଷା। ଧଳା ସାର୍ଟ ସାଙ୍ଗକୁ ଦକ୍ଷିଣୀ ଷ୍ଟାଇଲରେ ପିନ୍ଧିଛନ୍ତି ଲୁଙ୍ଗି। ଓଡ଼ିଆ ଅସ୍ମିତାକୁ ନେଇ ତର୍କ ବିତର୍କ ଭିତରେ ବିଜେଡି ନେତାଙ୍କର ଏମିତି ଦକ୍ଷିଣୀ ଷ୍ଟାଇଲରେ ଲୁଙ୍ଗି ପିନ୍ଧାକୁ ନେଇ ସୃଷ୍ଟି ହୋଇଛି ବିବାଦ । ଦିନକ ତଳେ ପ୍ରଥମେ ନବୀନଙ୍କୁ ଲୁଙ୍ଗି ପିନ୍ଧାଇ ଶଙ୍ଖ ଧରାଇଲେ। ଆଉ ତା ପରେ ବିଜେଡି ନେତାମାନେ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କଲେ । 

ଓଡ଼ିଆମାନେ ଲୁଙ୍ଗି ପିନ୍ଧନ୍ତି, କିନ୍ତୁ ତାହା ମୋଟାମୋଟି ଘରୋଇ ଓ ବ୍ୟକ୍ତିଗତ ଜୀବନରେ ସୀମିତ ଥାଏ। ଉତ୍ସବ, ଜାନି ଯାତ୍ରାକୁ ଯିବା ବେଳେ ଲୋକେ ଲୁଙ୍ଗି ପିନ୍ଧନ୍ତି ନାହିଁ । କିନ୍ତୁ ଦକ୍ଷିଣରେ କିଛି ରାଜ୍ୟ ଅଛି ଯେଉଁଠି ଲୁଙ୍ଗି ଲୋକଙ୍କର ଫେଷ୍ଟିଭ୍ ଓୟାର । ଏଣୁ ପ୍ରଶ୍ନ ଉଠୁଛି ଓଡ଼ିଆ ହୋଇ ବିଜେଡି ନେତାମାନେ ଏଭଳି ଶୈଳୀରେ ଲୁଙ୍ଗି ପିନ୍ଧିବା ବିଜେଡିର ଉତ୍ତାରିଧିକାରୀଙ୍କୁ ଖୁସି କରିବା ପାଇଁ ଉଦ୍ଦିଷ୍ଟ କି ? 

ବିଜେଡି ନେତାଙ୍କ ଲୁଙ୍ଗି ପିନ୍ଧା ବିବାଦ ଭିତରେ ସୋସିଆଲ୍ ମିଡିଆରେ ଆଉ ଏକ ଫଟୋ ଭାଇରାଲ୍ ହେଉଛି। ପ୍ରଥମ-ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ – ଦ୍ବିତୀୟ - ନବକୃଷ୍ଣ ଚୌଧୁରୀ, ତୃତୀୟରେ - ବିଜୁ ପଟ୍ଟନାୟକଙ୍କ ସହ ଗୋଟିଏ ଫଟୋରେ ଚତୁର୍ଥରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତେ ଧୋତି ପିନ୍ଧିଥିବା ଦେଖାଯାଉଛନ୍ତି । ଆଉ ଏ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ପାଣ୍ଡିଆନଙ୍କୁ କେବେ ଠୁ ଓ କାହିଁକି ଦିଆଯାଉଛି z କ୍ୟାଟେଗୋରୀ ସୁରକ୍ଷା ?

ବାହାଘର ବ୍ରତଘର, ଦେବଦର୍ଶନ, ଶୁଭ କାର୍ଯ୍ୟ ଆଦି ସମୟରେ ଓଡ଼ିଆଙ୍କ ପରିଚୟ ବନେ ଧୋତି । ବିଶେଷ ଅବସର ତଥା ସର୍ବସାଧାରଣ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆମାନେ ସାଧାରଣତଃ ଲୁଙ୍ଗି ପିନ୍ଧନ୍ତି ନାହିଁ । କିନ୍ତୁ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯିବା ଏବଂ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେଡି ନେତା ଏମିତି ଲୁଙ୍ଗି ପିନ୍ଧିବାକୁ ନେଇ ଉଠିଛି ପ୍ରଶ୍ନ। ବିଜେଡିକୁ ଗ୍ରାସିଛି କି କଳାପାହାଡ଼ିଆ ମାନସିକତା ? ଯୋଜନା ବଦ୍ଧ ଷଡ଼ଯନ୍ତ୍ର ଆଧାରରେ ଜଗନ୍ନାଥ ସଂସ୍କୃତି ଉପରେ କରାଯାଉଛି କି ଆକ୍ରମଣ  ?

 ବ୍ରହ୍ମବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବା ଡ୍ରାମା, ପରିକ୍ରମା ପ୍ରକଳ୍ପ ନାଁରେ ଶତାବ୍ଦୀ ଶତାବ୍ଦୀର ମଠ ସଂସ୍କୃତିର ବିଲୋପ, ଧର୍ମ, ଅର୍ଥ, କାମ ମୋକ୍ଷର ପ୍ରତୀକ ଶ୍ରୀମନ୍ଦିର ଚାରି ଦ୍ବାର ମଧ୍ୟରୁ ତିନି ଦ୍ବାରକୁ ସର୍ବସାଧାରଣଙ୍କ ପାଇଁ ଜବରଦସ୍ତ ବନ୍ଦ କରିବା ଯେଉଁ କଳାପାହାଡ଼ିଆ ମାନସିକତା ରଖୁଥିବା ବ୍ୟକ୍ତିର କାରନାମା ସେହି ବ୍ୟକ୍ତିର ଅହଂକାରକୁ ଖୁସି କରିବାକୁ ମୁଷ୍ଟିମେୟ ବିଜେଡି ନେତାଙ୍କ କ୍ରୀତଦାସ ମାନସିକତାର ଦେଉଛି କି ପରିଚୟ ?
ପୂର୍ବରୁ ତଥାକଥିତ ଉତ୍ତରାଧିକାରୀଙ୍କ ସଭାରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା, ନିଜକୁ କ୍ରୀତଦାସ କହି ବିବାଦକୁ ଆସିଛନ୍ତି ବବିଙ୍କ ସମେତ ବିଜେଡିର ଆଉ କିଛି ଟାଣୁଆ ନେତା। ପ୍ରଶ୍ନ ଉଠୁଛି ନବୀନଙ୍କ ପଞ୍ଚମ ପାଳିରେ ଅପମାନିତ କି ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ? ଓଡ଼ିଆ ସ୍ବାଭିମାନର ଅପମାନ ଷଷ୍ଠ ପାଳି ବଦଳରେ କରିବ କି ସତ୍ତା ପରିବର୍ତ୍ତନ ?
 

Painting
Sponsored
The controversy over the wearing of lungi by BJD leaders, the question has arisen as to why it is South style | Argus News